ଜେଲ ଗଲେ ଯିବ ମନ୍ତ୍ରୀପଦ

ଡ. ପ୍ରମୋଦ କୁମାର ପଣ୍ଡା : 
୧୯୭୫ ମସିହା ଜୁନ ମାସ ବାର ତାରିଖ  । ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ଐତିହାସିକ ରାୟ ପ୍ରକାଶିତ ହେଲା   ।  ନ୍ୟାୟମୂର୍ତ୍ତି ଜଗମୋହନଲାଲ ସିହ୍ନା ତକôାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗନ୍ଧୀଙ୍କ ୧୯୭୧ ରାୟବରେଲି ନିର୍ବାଚନକୁ ରଦ୍ଦ କରିଥିଲେ   ।  ପରବର୍ତ୍ତୀ ଛଅ ବର୍ଷ ପର୍ଯ୍ୟନ୍ତ ସେ କୌଣସି ସାର୍ବଜନୀନ ପଦପଦବୀରେ ଅବସ୍ଥାପିତ ହୋଇପାରିବେ ନାହିଁ ବୋଲି ଆଦେଶ ଜାରି ହୋଇଥିଲା  । ଉକ୍ତାଦେଶରେ ଅସନ୍ତୁଷ୍ଟ ଶ୍ରୀମତୀ ଗନ୍ଧୀ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଲେ  । ଅପିଲ ପିଟିସନ ଦାୟର କଲେ  । ମାନ୍ୟବର ସୁପ୍ରିମକୋର୍ଟ ପରବର୍ତ୍ତୀ ଛଅମାସ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ରହିପାରିବେ ବୋଲି ନିଦେ୍ର୍ଦଶ ଦେଲେ  । ଆଭ୍ୟନ୍ତର ଅସ୍ଥିରତା ଆଳରେ ନିଜସ୍ୱ ସ୍ଥିତି ସୁଦୃଢ ÿକରିବାକୁ ତାଙ୍କରି ସୁପାରିସ କ୍ରମେ ତକôାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲୀ ଅହମ୍ମଦ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ  ୩୫୨  ଅନୁଯାୟୀ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେଯାହା ୨୫  ଜୁନ  ୧୯୭୫ ରୁ ଆରମ୍ଭ ହୋଇ  ୨୧  ମାର୍ଚ୍ଚ  ୧୯୭୭ ପର୍ଯ୍ୟନ୍ତ ଦୀର୍ଘ ୨୧  ମାସ କାଳ ବଳବତ୍ତର ରହିଲା  । ଅଗଷ୍ଟ ଦଶ ୧୯୭୫ ମସିହାରେ ଅପାତକାଳ ସମୟରେ  ୩୯ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହେଲା   । ପ୍ରଧାନମନ୍ତ୍ରୀ ଓ ଲୋକସଭା ଅଧ୍ୟକ୍ଷଙ୍କ ନିର୍ବାଚନ ସଂକ୍ରାନ୍ତୀୟ ବିଷୟରେ ନ୍ୟାୟପାଳିକା ସମୀକ୍ଷା କରିପାରିବେ ନାହିଁ ବୋଲି ସିଦ୍ଧାନ୍ତ ଗୃହୀତ ହେଲା  ।  ନ୍ୟାୟପାଳିକାଙ୍କ କ୍ଷମତା ସଂକୁଚିତ ନୁହଁ,ସମ୍ପୂର୍ଣ୍ଣ ସମାପ୍ତ କରାହେଲା  ।
ଅଗଷ୍ଟ ୨୫, ୨୦୨୫ ରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ  ୧୩୦ତମ ସମ୍ବିଧାନ ସଂଶୋଧନ ବିଲ ପେଶ କଲେ  । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ,  ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟମନ୍ତ୍ରୀ କୌଣସି ଅପରାଧିକ ମାମଲା, ଦୋଷୀ ସାବ୍ୟସ୍ତ ହେଲେ ଯାହା ପାଇଁ ଭାରତୀୟ କାନୁନରେ ପାଞ୍ଚବର୍ଷ ବା ତଦୂର୍ଦ୍ଧ୍ୱ କାରାବାସର ପ୍ରାବଧାନରହିଛି, ଯଦି ବନ୍ଧାହେବେ ଓ ତିରିଶ ଦିନ ଜେଲରେ ରହିବେ, ତେବେ ଏକତ୍ରିଂଶ ଦିବସରୁ ସେ ଯେଉଁ ପଦରେ ଆସିନଥିଲେ ସେହି ପଦରେ ରହିପାରିବେ ନାହିଁ  । ପ୍ରଧାନମନ୍ତ୍ରୀ ଅଥବା ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ମନ୍ତ୍ରୀଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିବେ  । ସେହି ଆଧାରରେ ରାଷ୍ଟ୍ରପତି ତାଙ୍କୁ ତାଙ୍କ ପଦରୁ ବରଖାସ୍ତ କରିବେ  । ତିରିଶ ଦିନ ଜେଲରେ ରହିବା ପରେ ମଧ୍ୟ ତାଙ୍କ ନାଁ ବହିଷ୍କାର ପାଇଁ ସୁପାରିଶ ନହେଲେ ଏକ ତିରିଶ ଦିନରୁ ସେ ସ୍ୱତଃ ବହିସ୍କୃତ ହେଲେ ବୋଲି ଧରିନିଆଯିବ । ଜେଲରୁ ଜାମିନରେ ଫେରିବା ପରେ ବିଧି ମୁତାବକ ସେ ପୂର୍ବ ପଦାସୀନ କିମ୍ବା ଅନ୍ୟ ପଦରେ ଆସୀନ ହୋଇପାରିବେ  । ସମ୍ବିଧାନରେ ସ୍ପଷ୍ଟ ପ୍ରାବଧାନ ନାହ ିଁଆଳରେ ଏଣୁ ଏଣିକି ଜେଲରୁ ଶାସନ ଚଳିବନି   । ଜେଲଗଲେ ଇସ୍ତଫା ଦେବାକୁ ହେବ  । ଜେଲରୁ ସରକାର ଚଳେଇବା ମାମଲାରେ ସମ୍ବିଧାନ ନୀରବ ଥିଲେ ସୁଦ୍ଧା ନୈତିକତା ଦୃଷ୍ଟିରୁ ନିଜ ନାମରେ ଅଭିଯୋଗ ଆସିଲେ କିମ୍ବା କୌଣସି ମାମଲାରେ ଗିରଫ ହେଲେ ଅନେକ ରାଜନେତା ଅତୀତରେ ଇସ୍ତଫା ଦେବାର ଦୃଷ୍ଟାନ୍ତ ରହିଛି  ।  ୧୯୯୬ ମସିହାରେ ଜୈନ ହବାଲା କେଶରେ ନାମ ଆସିବାରୁ ନୈତିକତା ଦୃଷ୍ଟିରୁ ଲାଲକୃଷ୍ଣ ଆଡ଼ବାନୀ ଲୋକସଭା ସାଂସଦ ଓ ମଦନଲାଲ ଖୁରାନା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  । ପରେ ଆଡ଼ବାନୀ ଦେଶର ଉପପ୍ରଧାନମନ୍ତ୍ରୀ ହୋଇଥିଲେ  । ବାଜପେୟୀ ସରକାରରେ ମଦନଲାଲ ସଂସଦୀୟ କାର୍ଯ୍ୟ ମନ୍ତ୍ରୀପଦ ସମ୍ଭାଳିଥିଲେ  । ଲାଲୁପ୍ରସାଦ ଯାଦବ  ୧୯୯୭  ମସିହାରେ ଚାରା ଘୋଟାଲାରେ ଗିରଫ ହୋଇଥିଲେ  । ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ  । ନିଜ ପଦରୁ ଇସ୍ତଫା ଦେଇ ପରେ ସେ ଦେଶର ରେଳମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ  ।  ଆୟ ତୁଳନାରେ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟଲଳିତା ତାଙ୍କ ପଦରୁ ଇସ୍ତଫା ଦେଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ  । ୨୦୦୧  ମସିହାରେ ଜର୍ଜ ଫର୍ଣ୍ଣାଣ୍ଡିସ ରକ୍ଷା ମନ୍ତ୍ରୀ ଥିଲେ  । ରକ୍ଷା ସାମଗ୍ରୀ ସୌଦା ଅଭିଯୋଗରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା  । ହେଲେ ପରେ ସେ ପୁଣି ଥରେ ଭାରତର ରକ୍ଷାମନ୍ତ୍ରୀ ବନିଥିଲେ  । ୨୦୧୦ ମସିହାରେ ସ୍ୱୟଂ ଅମିତ ଶାହା ସୋହରାବୁଦ୍ଦିନ କେଶ ଯୋଗୁଁ ଗୁଜୁରାତର ମନ୍ତ୍ରୀ ପଦ ଛାଡିଥିଲେ   ।  ଆଜି ସେ ଦେଶର ଗୃହମନ୍ତ୍ରୀ  । ବିଏସ ୟେଦୁରପ୍ପା ୨୦୧୧   ମସିହାରେ ଅବୈଧ ଖନନ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିପରେ ପୁଣି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ  । ହେମନ୍ତ ସୋରେନ ୨୦୨୪ ମସିହାରେ ମନି ଲଣ୍ଡ୍ରିଙ୍ଗ କେଶରେ ବନ୍ଧା ହୋଇଥିଲେ  । ଜେଲଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ।   ଜମାନତରେ ଫେରି ସେପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ  । ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଥିଲେ   ।  ଦ୍ୱିତୀୟ ଥର ପାଇଁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ   । କହିବାକଥା,  ଜେଲଗଲେ ରାଜନୈତିକ କେରିଅର ସମାପ୍ତ ହୋଇଯାଏ ନାହିଁ  । ଅପରାଧିକ ମାମଲାରେ ମାନ୍ୟବର ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଦୁଇବା ତତୋଧିକ ବର୍ଷ ଜେଲଦଣ୍ଡ ଭୋଗିଲେ ଜଣେ ବ୍ୟକ୍ତି ଛଅବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ରୁହେ  । ଏବେ ସରକାରୀ କର୍ମଚାରୀ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ କେତେ ଅବା ଅନ୍ତର ରହିଛି  ? ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସହିତ ଦରମା,  ପେନସନ ଇତ୍ୟାଦି ଉପଲବ୍ଧ   । ଅପରାଧିକ ମାମଲାରେ ଅଭିଯୁକ୍ତ ରାଜନେତା ଜେଲଗଲେ ସରକାରୀ କର୍ମଚାରୀଙ୍କ ଭଳି ନିଜ ପଦବୀରୁ ନିଲମ୍ବିତ ହେବାରେ ଅସୁବିଧାକେଉଁଠି ?  ୨୦୧୧ ମସିହାରେ ତକôାଳୀନ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧୀ ଆନେ୍ଦାଳନର ପରିଣାମ ସ୍ୱରୂପ ଛବିଶ ନଭେମ୍ବର  ୨୦୧୨ରେ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଆମ ଆଦମୀପାର୍ଟି, (ଆପ)  ସ୍ଥାପିତ ହୋଇଥିଲା  । ଦଶବର୍ଷର ନିରଙ୍କୁଶ ଦିଲ୍ଲୀ ଶାସନ ପରେ ଆପକୁ ପରାଜୟର କଟୁ ସ୍ୱାଦ ଚାଖିବାକୁ ପଡିଲା  । ଯେଉଁଦଳ ଭ୍ରଷ୍ଠାଚାର ବିରୁଦ୍ଧରେ ସଂଗ୍ରାମ କରି  ପାଞ୍ଚମାସରୁ ଉଦ୍ଧ୍ୱର୍୍ୱ ସମୟ ଜେଲରେ ରହିବା ପରେ ମାନ୍ୟବର ଉଚ୍ଚÿତମ ନ୍ୟାୟାଳୟଙ୍କ ଆଦେଶ କ୍ରମେ ଜାମିନରେ ଖଲାସ ହେଲେ  ।  ଜେଲରେ ଥାଇ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦରୁ ଉସôାଫା ଦେଇନଥିଲେ   ।   ବିରୋଧୀ ଦଳନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଯିଏ ନୈତିକତା ସର୍ବୋପରି ଆଧାରରେ ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ସାଂସଦଙ୍କ ସଦସ୍ୟତା ରଦ୍ଦ ବିରୁଦ୍ଧରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରଫେସର ମନମୋହନ ସିଂଙ୍କ ଦ୍ୱାରା ଆଗତ ବିଧେୟକକୁ ଚିରି ଫୋଫାଡ଼ି ଥିଲେ ସେ ମଧ୍ୟ ଗୃହମନ୍ତ୍ରୀଙ୍କ ଦ୍ୱାରା ଆଗତ ବିଲ ସପକ୍ଷରେ ନଯାଇ ବିରୋଧ କରିଥିଲେ   । ବିରୋଧୀ ଦଳ କମିଟିରେ ପ୍ରତିନିଧିତ୍ୱ କରିବାକୁ ମନାକଲେ  । ରାଷ୍ଟ୍ରୀୟ କଂଗ୍ରେସ ନିଜ ଦଳର ପ୍ରତିନିଧି ସଂଯୁକ୍ତ କମିଟିରେ ଅଂଶଗ୍ରହଣ କରିବ ବୋଲି ସମ୍ମତି ପ୍ରଦାନ କରିଛି  । ପେଶ ହୋଇଥିବା ବିଧେୟକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ଯାଞ୍ଚ ଓ ସମୀକ୍ଷା କରି ସରକାରଙ୍କ ୁନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରିପୋଟ ର୍ପ୍ରଦାନ କରିବା ସଂଯୁକ୍ତ ସଂସଦୀୟ କମିଟିର ଦାୟିତ୍ୱ  ।  ଅବଶ୍ୟ କମିଟିର ରିପୋର୍ଟ ଗ୍ରହଣ କରିବା ନକରିବା ସରକାରଙ୍କ ସମ୍ପୂର୍ଣ୍ଣ ଇଛାଧୀନ ବ୍ୟାପାର  । ବାଧ୍ୟତାମୂଳକ ନୁହଁ  । ସମ୍ବିଧାନ ସଂଶୋଧନ ବିଲ ସଂସଦର ଉଭୟ ଗୃହରେ ପାରିତ ହେବା ଅନିବାର୍ଯ୍ୟ   । ଏଥିସକାଶେ ପ୍ରତ୍ୟେକ ଗୃହର ଦୁଇ ତୃତୀୟାଂଶ ବହୁମତ ଆବଶ୍ୟକ   ।  ବର୍ତ୍ତମାନ ଲୋକସଭାରେ ଶାସକ ଦଳ ଏନଡିଏର ସଦସ୍ୟ ସଂଖ୍ୟା ୨୯୩ ରହିଛି  ।  ଦୁଇ ତୃତୀୟାଂଶ ବହୁମତ ସକାଶେ ୩୬୨ ଭୋଟ ଆବଶ୍ୟକ  । ସେହିପରି ରାଜ୍ୟସଭାରେ ଏନଡିଏ ସଦସ୍ୟ ସଂଖ୍ୟା ୧୨୯ ରହିଛି  । ବହୁମତ ପାଇଁ ୧୬୦  ଭୋଟ ଦରକାର  । ବିପକ୍ଷୀ ରାଜନୈତିକ ଦଲମାନଙ୍କ ବିରୋଧ ସତ୍ତ୍ୱେ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉଭୟ ଗୃହରେ ପାରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି  । କାରଣ ବିଧେୟକଟି ନୈତିକତା ଆଧାରିତ  ।  ଅନେକ ବିରୋଧୀଦଳ ସାଂସଦ ଏହି ବିଲ ସପକ୍ଷରେ ଭୋଟଦେବାର ଅନୁମାନକୁ ଅଣଦେଖା କରାଯାଇପାରିବନାହିଁ  । ଏହା ଏକସଂଖ୍ୟା ଖେଳ ଯାହାର ପରିଣାମ ସମୟ ହିଁ କହିବ  ।
 ଜିଲ୍ଲାଶିକ୍ଷା ଅଧିକାରୀ, ସମ୍ବଲପୁର
ମୋ:୭୯୭୮୨୮୩୧୯୦