ଝାରସୁଗୁଡା ପୂର୍ବତନ ଉପ-ଜିଲ୍ଲାପାଳଙ୍କୁ ଜେଲ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର : ଝାରସୁଗୁଡାର ପୂର୍ବତନ ଉପ-ଜିଲ୍ଲାପାଳ (ଅବସରପ୍ରାପ୍ତ) ପ୍ରଦୀପ କୁମାର ବାରିକଙ୍କୁ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି । ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ସହିତ କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଥିବାରୁ ଏବେ ଭିଜିଲାନ୍ସ ପକ୍ଷରୁ ତାଙ୍କର ପେନସନ ବନ୍ଦ କରିବାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ଜଣାପଡିଛି ।