ଝ୍‌ାଡେଶ୍ୱର ଜୁନିୟର କଲେଜର ବାଜିମାତ୍

 ଦାନଗଦୀ : ଚଳିତ ବର୍ଷ +୨(ଯୁକ୍ତ ଦୁଇ ) ପରୀକ୍ଷାର ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀ ସ୍ଥିତ ଝାଡେଶ୍ୱର ଜୁନିୟର କଲେଜ ଅପୂର୍ବ ସଫଳତା ହାସଲ କରିଛି । କଳା ବିଭାଗର ମୋଟ ୨୧୮ ଜଣ ପିଲାଙ୍କ ମଧ୍ୟରୁ ୧୫୦ ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ ଜଣ ଓ ୧୨୦ ଜଣ ତୃତୀୟ ଶ୍ରେଣୀରେ ଉନ୍ନୀତ ହୋଇଛନ୍ତି । କଳା ବିଭାଗର ୪୩୫ ନମ୍ବର ରଖି ରାଧା ରାଣୀ ସାହୁ ଟପ୍ପର ହୋଇଥିବା ବେଳେ ବିଜ୍ଞାନରେ ୩୬୪ ନମ୍ବର ରଖି ପ୍ରିୟଙ୍କା ଦାସ ଟପ୍ପର ହୋଇଛନ୍ତି । ବିଜ୍ଞାନର ୧୭ଜଣ ପିଲାଙ୍କ ମଧ୍ୟରୁ ୮ ଜଣ ପାସ୍ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧ଜଣ, ଦ୍ୱିତୀୟ ଶ୍ରେଣୀରେ ୪ଜଣ ଓ ତୃତୀୟ ଶ୍ରେଣୀରେ ୩ ଜଣ ଅଟନ୍ତି । ଏହି ସଫଳତା ପାଇଁ କଲେଜର ଅଧକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।