ଟଙ୍କ ତୋରାଣି ଓ ଅବଢ଼ା ବଣ୍ଟନ
ଚମ୍ପୁଆ : ପବିତ୍ର ରାମ ନବମୀ ଅବସରରେ ସେବା ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଜଗା ଚାକର ସଂଘ ଚମ୍ପୁଆ ଶାଖା ପକ୍ଷରୁ ଭକ୍ତ ଓ ଜନସାଧାରଣଙ୍କ ନିମନ୍ତେ ଟଙ୍କ ତୋରାଣି ଓ ଅବଢା ବଣ୍ଟନ କରାଯାଇଥିଲା । ଜଗା ଚାକର ସଂଘ ପୁରୀ ଅନୁକୂଲ୍ୟରେ ଚମ୍ପୁଆ ଶାଖାର ମମତା ରାଉତ, ଜୟଲକ୍ଷ୍ମୀ ପରିଡା, ଅକ୍ଷୟ ପରିଡା, ହରେକୃଷ୍ଣ ନାଏକ, ଭବାନୀ ନାଏକ, ଅରୋବିନ୍ଦ ମହାନ୍ତ ପ୍ରମୁଖ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ ଧାମରୁ ଆସିଥିବା ଅଭଡା ଓ ଟଙ୍କ ତୋରାଣି ବଂଟନ କରିଥିଲେ । ପରିମଳ, ଅର୍ଣ୍ଣଦାନ, ସାରା ଓଡିଶାରେ ନିର୍ମାଲ୍ୟ ବଣ୍ଟନ, ଗୋ ସେବା, ରକ୍ତଦାନ ସେବା ଏବଂ ବୃଦ୍ଧାଶ୍ରମ ସେବା ୩ ବର୍ଷ ଧରି ଯୋଗାଇ ଆସୁଥିବା ସଂଘ ପ୍ରମୁଖ ସଦାନନ୍ଦ ସାହୁ ସୂଚନା ଦେଇଥିବାବେଳେ ସ୍ଥାନୀୟ ଲୋକ ସଂଘର ଏତାଦୃଶ୍ୟ କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ ।