ଟାଇମ୍ସ ହାୟର ଏଜୁକେସନ୍ ଇମ୍ପାକ୍ଟ ର୍ୟାଙ୍କିଙ୍ଗ୍ ୨୦୨୫ ଗୁଣାତ୍ମକ ଶିକ୍ଷା : ତୃତୀୟରେ କିଟ୍
ଭୁବନେଶ୍ୱର : ଟାଇମ୍ସ ହାୟର ଏଜୁକେସନ (ଟିଏଚଇ) ଏକ ସର୍ଜନାତ୍ମକ ପଦ୍ଧତିରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସାମାଜିକ ପ୍ରଭାବ କଣ ଅଛି ତାର ମୂଲ୍ୟାଙ୍କନ କରି ରାଙ୍କ ପ୍ରଦାନ କରିଥାଏ । ଏହି ପରିପ୍ରେକ୍ଷୀରେ ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟଗୁଡିକ ସାମାଜିକ ପ୍ରଭାବ ଉପରେ କାର୍ଯ୍ୟ କରନ୍ତି ସେହି ଅନୁଷ୍ଠାନଗୁଡିକ ଏଥିରେ ଅଂଶଗ୍ରହଣ କରନ୍ତି । କିଟ୍ ଏହି ରାଙ୍କିଙ୍ଗରେ ପ୍ରତିବର୍ଷ ଅଂଶଗ୍ରହଣ କରିଥାଏ । ଚଳିତବର୍ଷ କିଟ୍ ଟାଇମ୍ସ ହାୟର ଏଜୁକେସନ ଇମ୍ପାକ୍ଟ ଗ୍ଲୋବାଲ ରାଙ୍କିଙ୍ଗ ୨୦୨୫ରେ କିଟ୍ ବହୁତ ଭଲ ପ୍ରଦର୍ଶନ କରିଛି । ୩ ଟି ମାନଦଣ୍ଡ ଆଧାରରେ ଚଳିତ ବର୍ଷ କିଟ୍ ବେଶ ପ୍ରଭାବୀ ରାଙ୍କ ହାସଲ କରିଛି । ଅସମାନତା ହ୍ରାସ ଓ ଶାନ୍ତି, ନ୍ୟାୟ ଏବଂ ସଶକ୍ତ ପ୍ରତିଷ୍ଠାନ, ସୁଲଭ ଓ ସ୍ୱଚ୍ଛ ଉର୍ଜା ରେ ଦେଶର ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଗୁଣାତ୍ମକ ଶିକ୍ଷା ରେ ଭାରତରେ କିଟ୍ ୩ୟ ସ୍ଥାନରେ ରହିଛି । ଇମ୍ପାକ୍ଟ ରାଙ୍କିଙ୍ଗରେ ସାମଗ୍ରିକ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ସମସ୍ତ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୫ମ ସ୍ଥାନରେ ରହିଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କିଟ୍ର ସଫଳତା ଉପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କିଟ୍ ଏକ ଛୋଟ ଅନୁଷ୍ଠାନରୁ ଆରମ୍ଭ ହୋଇଥିଲା ବେଳେ ଏହା ବିଶ୍ୱର ସମସ୍ତ ଅନୁବନ୍ଧନ ଓ ରାଙ୍କିଙ୍ଗରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏବେ କିଟ୍ ବିଶ୍ୱର ସମସ୍ତ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତରେ କିଟ୍ ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ମଧ୍ୟ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇ ପାରିଛି । ଏହିସବୁ ରାଙ୍କିଙ୍ଗରେ କିଟ୍ର ଲଗାତାର ସଫଳତା ନିରନ୍ତର ଶିକ୍ଷା, ସ୍ଥାୟୀତ୍ୱ, ଅନ୍ତର୍ଭୁକ୍ତି ଏବଂ ବିଶ୍ୱ ସହଯୋଗ କ୍ଷେତ୍ରରେ ଉକôର୍ଷତା ପ୍ରତି ଏହାର ପ୍ରତିବଦ୍ଧତା ପ୍ରତିପାଦନ କରୁଛି ବୋଲି ସେ କହିଛନ୍ତି ।