ଟାଟା ଷ୍ଟିଲ୍ ମେଲ୍ଟିଂ ସପ୍ରେ ବିସ୍ଫୋରଣ
କଳିଙ୍ଗନଗର: ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ଟାଟାଷ୍ଟିଲ କଳିଙ୍ଗନଗରର ଷ୍ଟିଲ ମେଲ୍ଟିଂସପ୍ରେ ବିଷ୍ପୋରଣ କରି ୯ଜଣ ଶ୍ରମଜୀବୀ ଆହତ ହୋଇଛନ୍ତି । ଆହତ ଶ୍ରମଜୀବୀ ବିହାର ପାଟନାର ରାହୁଲ କୁମାର, ଝାଡ଼ଖଣ୍ଡ ଜାମସେଦପୁରର ମନୋଜ କୁମାର, ପ୍ରଦୀପ କୁମାର ଓଝା, ପଶ୍ଚିମବଙ୍ଗର ଜୟନ୍ତ ପାଲ, ସାଇମନ୍ତ ବାଗି, ଛତିଶଗଡ଼ର ରୋହିତ ଯାଦବ, ରାଂଚିର ଲୋକେଶ ରୟ, ରାଉରକେଲାର ଶ୍ରଦ୍ଧାଞ୍ଜଳି ଭୂୟାଁ ଏବଂ ଠିକଣା ମିଳିନଥିବା ଅରବିନ୍ଦ ଠାକୁର ବୋଲି ଜଣାପଡ଼ିଛି । ମେଲ୍ଟିଂ ସପରେ ବିଷ୍ପାରଣ ପରେ ସଂପୃକ୍ତ ସାଇଟ୍ରେ କାର୍ଯ୍ୟ କରୁଥିବା ଶ୍ରମଜୀବୀ ବାହାରକୁ ଦୈାଡ଼ି ପଳାଇଆସିଥିଲେ । ହେଲେ ଉପରୋକ୍ତ ୯ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଟାଟାଷ୍ଟିଲ ମେଡିକା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିସôିତ ହେଉଛନ୍ତି । ବିଷ୍ପୋରଣରେ ମେଲ୍ଟିଂସପ ସାଇଡରେ ଜଳିପୋଡିବା ସହ ବହୁତ ସାମଗ୍ରୀ, ବୈଦୁ୍ୟତିକ ଯନ୍ତ୍ରାଂଶ ଛିନଛତ୍ର ହୋଇଯାଇଥିଲା । ତେବେ ଦୁର୍ଘଟଣାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି ।