ଦୁର୍ଘଟଣାରେ ଯୁବକଙ୍କ ମୃତୁ୍ୟ
ଟମକା: ଡୁବୁରୀ-ନରଣପୁର ଜାତୀୟ ରାଜପଥର ଟମକା ଥାନା ଅନ୍ତର୍ଗତ ପାଟବାଲି ଗ୍ରାମ ନିକଟସ୍ଥ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଜଣଙ୍କ କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳର ପିତାମ୍ବର ପଣ୍ଡାଙ୍କ ସାନ ପୁଅ ଆଲୋକ(୩୬) ବୋଲି ସୁଚନା ମିଳିଛି । ମିଳିଥିବା ଖବର ମୁତାବକ ପିତାମ୍ବର ଶୁକ୍ରବାର ଅପରାହ୍ନ ୪ଘ.ସମୟରେ କୌଣସି କାର୍ଯ୍ୟରେ ନିଜର ମଟର ସାଇକେଲରେ କଳିଙ୍ଗନଗର ଅଭିମୁଖେ ଯାଉଥିବା ବେଳେ ଉକ୍ତ ରାସ୍ତାରେ କୌଣସି ଅଜଣା ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ସେ ଗାଡିରୁ ଛିଟିକି ପଡି ଗୁରୁତର କ୍ଷତାକ୍ତ ହୋଇଥିଲେ । ଖବର ପାଇ ଟମକା ପୁଲିସ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରି ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ମଟର ସାଇକେଲ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି । ଏଠାରେ ପ୍ରକାଶ ଯେ ଆଲୋକ ବ୍ରାହ୍ମଣୀପାଳ ବଜାରରେ ବହୁ ବର୍ଷ ହେବ ଫର୍ଣ୍ଣିଚର ବ୍ୟବସାୟ କରୁଥିବା ବେଳେ ସ୍ଥାନୀୟ ଅଂଚଳରେ ସେ ଜଣେ ମେଳାପି ଓ ପରୋଉପକାରି ଯୁବକ ଭାବେ ପରିଚିତ ଥିଲେ ।