ଟିପିଏସ୍ଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ପାଳିତ
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳିତ ହୋଇଛି । ମାର୍ଚ୍ଚ ୩ ରେ ଶେଷ ହେବାକୁ ଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ଜୟନ୍ତୀ ପାଳନ କରାଯାଉଛି । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ନୈତିକତା ସପ୍ତାହର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନୈତିକ ଅଭ୍ୟାସ, ସଚ୍ଚୋଟତା, ସ୍ୱଚ୍ଛତା ପ୍ରତି ଟିପିଏସ୍ଓଡିଏଲ୍ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ନୈତିକତା ସପ୍ତାହ ପାଳନ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ନୈତିକତା ଏବଂ ସଚ୍ଚୋଟତା ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଆମେ ଏହି କାର୍ଯ୍ୟକ୍ରମରେ ପ୍ରତିବଦ୍ଧ ହେଉ ।" ଟିପିଏସ୍ଓଡିଏଲରେ ନୈତିକତା କେବଳ ପ୍ରତିବଦ୍ଧତାରେ ସୀମିତ ନୁହେଁ, ବରଂ ଏହା ଜୀବନ ଶୈଳୀର ଏକ ଅଂଶ ବୋଲି ଶ୍ରୀ ଗର୍ଗ କହିଛନ୍ତି । ନୈତିକତା ସପ୍ତାହ -୨୦୨୫ ଅବସରରେ ଟିପିଏସ୍ଓଡିଏଲ୍ ଏହାର ଅଂଶୀଦାରମାନଙ୍କୁ ନେଇ ବିଭିନ୍ନ ଆଲୋଚନା, ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ କରୁଅଛି । ଯାହା ଦ୍ୱାରା ନିଷ୍ପତ୍ତି ନେବାରେ ନୈତିକ ମୂଲ୍ୟବୋଧକୁ ସାମିଲ କରିବା ସହ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତାର ସଂସ୍କୃତିକୁ ପ୍ରୋସôାହିତ କରାଯାଇପାରିବ । ଉକôର୍ଷର ଯାତ୍ରାରେ ଟିପିଏସ୍ଓଡିଏଲ୍ ଆଗକୁ ବଢୁଥିବା ବେଳେ ନୈତିକତା ପ୍ରତି ସମର୍ପିତ ହୋଇରହିଛି । ଯାହା ଫଳରେ, କମ୍ପାନୀ ଦୀର୍ଘମିଆଦି ସଫଳତା ହାସଲ କରିବା ସହ ସମାଜ ଓ ରାଷ୍ଟ୍ର ପାଇଁ ଯୋଗଦାନ କରିପାରୁଛି ।