ଟ୍ରକ ଧକ୍କାରେ ଜଣେ ଗୁରୁତର; ଅଳ୍ପକେ ବର୍ତ୍ତିଲେ ୩
କାଳିଆପାଣି : ସୋମବାର ଖଣି ଅଞ୍ଚଳ ବେଣାଗାଡ଼ିଆ ଗାଁ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଛି । ଓଡ଼ି୨୯ସି-୭୪୭୨ନଂ ବିଶିଷ୍ଟ୧୨ଚକିଆ ଟ୍ରକ ବେଣାଗାଡ଼ିଆ ଗାଁ ପଟୁ ଫେରିବା ବାଟରେ ଏହି ଦୁର୍ଘଟଣା ହୋଇଛି । ଟ୍ରକର ବାମ ପଟରେ ଥିବା ଏକ ଅବ୍ୟବହୃତ ଚକ ବାହାରକୁ ଓହଳି ଥିବା ଅବସ୍ଥାରେ ରହିଥିଲା । ସେହି ଅବ୍ୟବହୃତ ଚକଟି ସାଇକେଲକୁ ମାଡ ଦେବା ଫଳରେ ଆରୋହୀଙ୍କ ସହିତ ଏଥିରେ ବସିଥିବା ଅନ୍ୟ ଦୁଇଜଣ ରାସ୍ତା କଡକୁ ଖସି ପଡ଼ିଥିଲେ । ସାଇକେଲ ଚାଳକ ରାମଚନ୍ଦ୍ର ମୁଣ୍ଡା ଚିଙ୍ଗୁଡ଼ିପାଳ ପଂଚାୟତ ରଗଦା ଗାଁର ଅଟନ୍ତି । ଟ୍ରକ ଧକ୍କାରେ ତଳେ ପଡ଼ି ଗୁରୁତର ରାମଚନ୍ଦ୍ରଙ୍କୁ ଓମ୍ବାଡସି ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । କାଳିଆପାଣି ପୋଲିସ ଘଟଣା ସ୍ଥଳକୁ ପହଁଚିବା ପୂର୍ବରୁ ଗାଡି ଚାଳକ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଟ୍ରକଟିକୁ ଜବଦ କରି ଥାନାରେ ଅଟକ ରଖି ତଦନ୍ତ କରୁଛି ।