ଟ୍ରାକ୍ଟର ଡାଲା ଚୋରି, ୩ ଗିରଫ
ନୀଳଗିରି : ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆରେ ଟ୍ରାକ୍ଟର ଡାଲା ଚୋରି ଅଭିଯୋଗରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋର ଥାନା ଅଧୀନ କେଶରୀପୁରର ନିରଞ୍ଜନ ମଲ୍ଲିକ (୪୦), ନୀଳଗିରି ଥାନା ତରତୁଆର ବିଦ୍ୟାଧର ରାଉତ(୩୫), ସଦର ଥାନା ମାଳିପୁରର ପ୍ରଶାନ୍ତ ଦାସ (୫୦) । ଔପଦା ବ୍ଲକ ସନ୍ତରାଗଡ଼ିଆର ପ୍ରହ୍ଲଦ ମାଝୀଙ୍କ ଟ୍ରାକ୍ଟର ସୋର ଥାନା ଜଗନ୍ନାଥପୁର-ତରତୁଆ ରାସ୍ତା କାର୍ଯ୍ୟରେ ଠିକାଦାର ପାଖରେ ଲଗାଇଥିବା ବେଳେ ଗତ ୧୦ରେ ଡାଲା ରଖି ଇଞ୍ଜିନ ଅନ୍ୟତ୍ର ନେଇଯାଇଥିଲେ । ହେଲେ ସେହିଦିନ ରାତିରେ ଡାଲାଟି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ କେସ୍ ନଂ ୧୮୪ ରୁଜୁ କରି ତଦନ୍ତ ଖୋଳତାଡ଼ କରିବା ସହ ଖନ୍ତାପଡା ଅଞ୍ଚଳରୁ ଡାଲାକୁ ଜବତ କରିଥିଲା ।