ଟ୍ରାଫିକ ନିୟନ୍ତ୍ରଣ ସଚେତନତା କର୍ମଶାଳା

 ପାରାଦୀପ : ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ପଞ୍ଚାୟତ ଭବନରେ ପାରାଦୀପ ଗଡ ପଞ୍ଚାୟତ ଓ ପ୍ରାକ୍ସିଅର୍ ଇଣ୍ଡିଆ ଲିମିଟେଡ କମ୍ପାନୀର ମିଳିତ ସହଯୋଗରେ ପଞ୍ଚାୟତରେ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଦ୍ରୁତ ଶିଳ୍ପାୟନ ଯୋଗୁ ପାରାଦୀପ ଗଡ ପଞ୍ଚାୟତର ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ଗେଟ୍ ବଜାର, କଟକ-ପାରାଦୀପ ରାଜ୍ୟ ରାଜପଥର ପାରାଦୀପ ଗଡ ବସ ଷ୍ଟାଣ୍ଡ, ଦୋଛକି ଓ କଟକ-ପାରାଦୀପ ରେଳ ଲାଇନର ରଙ୍ଗିଆଗଡ ରେଳ ଷ୍ଟେସନ ଠାରେ ବ୍ୟାପକ ଜନ ଗହଳି ହେବା ସହିତ ଓ ବହୁଳ ଗାଡ଼ି ଚଳା ଚଳ ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇ ପଡିଛି । ଏହାର ସମାଧାନ ପାଇଁ ସରପଞ୍ଚ ସସ୍ମିତା ବେହେରା ତୈଳ ବିଶୋଧନାଗାରରେ କାର୍ଯ୍ୟରତ ପ୍ରାକ୍ସିଅର ଇଣ୍ଡିଆ ଲିମିଟେଡକୁ ଚିଠି ଲେଖିଥିଲେ । ଫଳରେ ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ସରପଞ୍ଚ ଶ୍ରୀମତୀ ବେହେରାଙ୍କ ଅନୁରୋଧ ରକ୍ଷାକରି ପଞ୍ଚାୟତର ବିଭିନ୍ନ ବଜାର, ଛକ ଓ ଭିଡ଼ ସ୍ଥାନ ମାନଙ୍କରେ ଜାନ ବାହନ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କରିବା ପାଇଁ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ଏପରି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି କ୍ଷ ସେମାନଙ୍କୁ ଆବଶ୍ୟକୀୟ ଉପକରଣ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରାକ୍ସିଅର ଇଣ୍ଡିଆ କମ୍ପାନୀର ଏଚ୍ଆର୍ ହେଡ୍ ରଞ୍ଜିତ ଜେନା ପ୍ରକାଶ କରିଛନ୍ତି । ପାରାଦୀପ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ସଞ୍ଜୟ ବେହେରା, କମ୍ପାନୀର ମେକାନିକାଲ ହେଡ୍ ସରୋଜ ଏମ୍ କେ, ଶ୍ରୀମା ସରକାରୀ ହାଇସ୍କୁଲ ଶିକ୍ଷା କମିଟି ସଭାପତି ଜୀବନ ଧନ ବେହେରା, ସମାଜସେବୀ ପରୀକ୍ଷିତ ତରାଇ ପ୍ରମୁଖ ଯୋଗ ଦେଇଥିଲେ ।