ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ
ସୋର : ସୋର ରେଳ ଷ୍ଟେସନରେ ଚଳନ୍ତା ଏକ୍ସପ୍ରେସ ଟ୍ରେନରୁ ଖସି ପଡି ଜଣେ ଯୁବକଙ୍କ ଗୋଡ଼ କଟିଯାଇଥିବା ଜଣାପଡିଛି । ଯୁବକ ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ନୀଳାଚଳ ଏକ୍ସପ୍ରେସରେ ଯାଉଥିଲେ । ଗୋଡ ଝୁଲାଇ ଟ୍ରେନ ଦ୍ୱାର ନିକଟରେ ବସିଥିବା ବେଳେ ସୋର ରେଳ ଷ୍ଟେସନରେ ପ୍ଲାଟଫର୍ମ ନିକଟରେ ସେ ଖସିପଡିଥିଲେ । ଫଳରେ ତାଙ୍କର ଗୋଟିଏ ଗୋଡର ପାଦ ସମ୍ପୂର୍ଣ ଭାବେ କଟିଯାଇଛି । ସୋର ଆରପିଏଫ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ସୋର ଡକ୍ଟରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।