ଠକର ବାବାଙ୍କ ଜୟନ୍ତୀ ପାଳିତ

ବାଙ୍କୀ:  ଡମପଡ଼ା ବ୍ଲକ ତଳଭେଜିପୁଟ ଆଶ୍ରମ ସ୍କୁଲରେ ଠକର ବାବାଙ୍କ ୧୫୬ତମ ଜୟନ୍ତୀ ପାଳିତ ହୋଇଯାଇଛି ।  ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଗୋ÷ରାଙ୍ଗ ଚରଣ ପାତ୍ର ଯୋଗ ଦେଇ ଠକର ବାବାଙ୍କ କାର୍ଯ୍ୟଶୈଳୀ ଓ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ମହିଳା ଶିକ୍ଷୟିତ୍ରୀ ସୋ÷ଭାଗିନୀ ମିଶ୍ର ଏବଂ ମହିଳା ମ୍ୟାଟ୍ରନ୍ ଶ୍ରୀମତୀ ସୁଲୋଚନା ଜେନା ଅତିଥି ଭାବରେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଶ୍ରୀମତୀ କାଞ୍ଚନ ନାଏକ, ଚିନ୍ନ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।