ଠକି ନେଲେ ୬୦ ହଜାର
ଆନନ୍ଦପୁର : ଟାୱାର କରାଇଦେବାର ଲୋଭ ଦେଖାଇ ଆଦିବାସୀ ଯୁବକଙ୍କ ନିକଟରୁ ଚଞ୍ଚକତା କରି ଜନୈକା ବେଙ୍ଗଲି ମହିଳା ୬୦ ହଜାର ଟଙ୍କା ଠକି ନେଇଥିବାର ଥାନାରେ ଅଭିଯୋଗ ହୋଇଛି ।ଘଷିପୁରା ଥାନା ଭଣ୍ଡାରୀଡ଼ିହା ପଞ୍ଚାୟତ ତୋରାଣିଆପାଳ କାଦୁଅଗୋଠ ଗ୍ରାମର ସ୍ୱର୍ଗତ ନୟାବ ବାସ୍କେଙ୍କ ପୁଅ ବାଇଧରଙ୍କ ଅଭିଯୋଗ ମତେ ତାଙ୍କ ମୋବାଇଲକୁ କୋଲକାତାରୁ ଜଣେ ମହିଳା ଜିଓ ଅଫିସର କର୍ମଚାରୀ ବୋଲି ପରିଚୟ ଦେଇ କଥା ହେଇଥିଲେ । ଆପଣଙ୍କର ଜାଗାରେ ଜିଓ ଟାୱାର ବସାଇବୁ ଟାୱାର ବସିଲେ ଜିଓ କମ୍ପାନୀ ତରଫରୁ ୧୨ ଲକ୍ଷ ଟଙ୍କା ପାଇବେ ବୋଲି ପ୍ରଲୋଭନ ଦେଖାଇଆଧାର କାର୍ଡ, ଫୋଟ,ପଟ୍ଟା ସମେତ ବ୍ୟାଙ୍କ ପାସବୁକ ମାଗିନେଇଥିଲେ । କିଛି ଦିନ ପରେ ଜାଗା ଦେଖିବାକୁ ଦୁଇଜଣ ଆସି ଆପଣଙ୍କ ଜାଗା ଠିକ ଅଛି କହି ଟାୱାର ବସିବା ପାଇଁ ଉପକରଣ ବାବଦ ୬୦ହଜାର ଟଙ୍କା ମାଗି ନେଇଥିଲେ । କାର୍ଯ୍ୟରେ ବିଳମ୍ବ ହେବାରୁ ସନେ୍ଦରେ ବାଇଧର ବାରମ୍ବାର ଫୋନ କରିଥିଲେ । କିନ୍ତୁ ସେମାନେ ଫୋନ ନଉଠାଇବା ଦ୍ୱାରା ବାଇଧର ଠକାମୀର ଶିକାର ହୋଇ ଥିବା ଜାଣିପାରି ଥିଲେ । ଏନେଇ ବାଇଧର ଘଷିପୁରା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ।