ଠିକାଦାରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣା... ଜଣେ କୋର୍ଟ ଚାଲାଣ
ଧର୍ମଶାଳା : ଜାରକା ଶିଳ୍ପାଂଳରେ ଥିବା ଠିକାଦାର ଅକ୍ଷୟ କୁମାର ନାୟକଙ୍କ କାର୍ଯ୍ୟାଳୟରେ ଦୁର୍ବୃତ ପଶି ଭଙ୍ଗାରୁଜା କରିବା ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅନ୍ୟ ଜଣେ ଫେରାର ରହିଥିବା ବେଳେ ଫଟୋ ଠିକାଦାରଙ୍କ କାର୍ଯ୍ୟାଳୟ ସସିସିଟିଭିରେ ଫଟୋ କଏଦ ହୋଇଛି । ଫଟୋ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ ଉଦ୍ୟମ କରିଥିଲେ ହେଁ ଫେରାର ଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ହଠାତ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଗାଳି ଗୁଲକ କରିବା ସହ ମାଡ଼ ମାରୁଥିବା ଭିଡିଓ ସିସିଟିଭି ଫୁଟେଜରୁ ଜଣାପଡିଥିଲା । ଅଫିସରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର, ସିସିଟିଭି କ୍ୟାମେରା ଅଦି ଭଙ୍ଗାରୁଜା କରିବା ସହିତ ଅଫିସରେ କାମ କରୁଥିବା ଜୈନକ ବ୍ୟକ୍ତିଙ୍କୁ ମାଡ ମାରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏଥିସହ ଦୁର୍ବୃତମନେ କାର୍ଯ୍ୟାଳୟ ପରିସରରେ ଥିବା ହାଇୱା ଟ୍ରକ, ୪୦୭ ମିନି ଟ୍ରକ,ଆଇଚର ଗାଡ଼ି ,ଇନୋଭା କାରକୁ ଭଙ୍ଗାରୁଜା କରିଥିଲେ । କାର୍ଯ୍ୟାଳୟରୁ ୫୦ ହଜାର ଟଙ୍କା ନେଇଯିବା ସହ ମାଲିକ ଶ୍ରୀ ନାୟକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସେମାନଙ୍କ ହାତରେ ବିଭିନ୍ନ ମାରଣାସ୍ତ୍ର ବନ୍ଧୁକ ଓ ଭୁଜାଲି ଥିବା ଠିକା ସଂସ୍ଥାର ପାର୍ଟନର ସୀତାରାମ ବରାଳ ଏତଲାରେ ଉଲ୍ଲେଖ କରିଛନ୍ତି । ସେହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀ ବଟକୃଷ୍ଣ ନାୟକ, କୃଷ୍ଣଚନ୍ଦ୍ର ବରାଳ ଓ ଗାଡ଼ି ଚାଳକ ଇନ୍ଦ୍ରଜିତ ରାଉତଙ୍କୁ ଖରପ ଭାଷାରେ ଗାଳି ଗୁଲଜ କରାଯିବା ସହ ମାଡ଼ ମରାଯାଉଥିବା ସେମାନେ କହିଛନ୍ତି । ଖବର ପାଇ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ପୁଲିସ କୁମାରୀ ପଞ୍ଚାୟତ ଜାମୁବଣୀଆ ଗ୍ରାମର ସୋମ୍ୟ ରଣମନ୍ଥନକୁ କୋର୍ଟ ଚାଲାଣ କରିଛି ।