ଉତ୍ତରଓଡିଶା ସହୋଦୟା ଗ୍ରୁପ ପ୍ରତିଯୋଗିତାରେ  ଦିବ୍ୟଜ୍ୟୋତି ସ୍କୁଲର ସଫଳତା 

ବେତନଟୀ : ସିବିଏସ୍ଇ ଉତ୍ତର ଓଡିଶା ସହୋଦୟା ଗ୍ରୁପ ପ୍ରତିଯୋଗିତା ବାରିପଦା ସ୍ଥିତ ସ୍ୱାମୀ ବିବେକାନନ୍ଦ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷାଅଧିକାରୀ ଭାଗିରଥି ମଲ୍ଲିକ ସାର, ସମ୍ମାନୀୟ ଅତିଥିରୂପେ ଜୀବନଦୀପ ହସ୍ପିଟାଲର ଡ଼କ୍ଟର ରଞ୍ଜୁ ମାମ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝରର ସମୁଦାୟ ୨୨ଟି ସ୍କୁଲର ଉଭୟ ବାଳକ ଓ ବାଳିକା ପ୍ରତିଯୋଗୀ ବିଭିନ୍ନ ଖେଳକୁଦ ଓ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି କନଭେଣ୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ସବୁ ବିଭାଗରେ ପୁରସ୍କାର ଲାଭ କରିଛନ୍ତି । ଯଥା ଷ୍ଟୋରୀ ଟେଲିଙ୍ଗ ଓ ବକ୍ତୃତାରେ ଆହାନା ମହାପାତ୍ର, ଅନୁସ୍ପନ୍ଦନା ମହାନ୍ତ ଓ ଆରାଧ୍ୟା ଜେନା, ଚିତ୍ରାଙ୍କନ ଓ ପୋଷ୍ଟର ମାକିଙ୍ଗରେ ଆଧ୍ୟା ଆଧିଶ୍ରୀ ବିଶ୍ୱାଳ, ଆରାଧ୍ୟା ବେହେରା, ମାନବି ଦାସ ମହାପାତ୍ର, ଅଙ୍କିତା ମିଶ୍ର, କ୍ରିଷ୍ଣା କବିତା ରାଉତ, ଏବଂ ଗଣିତ ଅଲଂପିଆଡ଼ରେ ସାଇ ସ୍ୱସ୍ତିକ ନାଏକ, ବିଷ୍ଣୁ ପ୍ରସାଦ ସାହୁ, ଶର୍ମିଷ୍ଠା ବେହେରା, ଅରନ୍ବେଷ ଦାସ । ସେହିପରି କ୍ରୀଡାରେ ମଧ୍ୟ ସିନିଅର ବିଭାଗରେ ସାରନା ବୁରୁ ସିଂ, କ୍ରିଷ୍ଣା କବିତା ରାଉତ, ପ୍ରତିଭା ମହାପାତ୍ର, ଧରିତ୍ରୀରାଣୀ ପାତ୍ର ଓ ଜୁନିଅର ବିଭାଗରେ ଚିନ୍ମୟ ବେହେରା, ଶୁଭଶ୍ମିତା ଟୁଡୁ, ବିଜୟିନୀ ସୋରେନ, ଯଶୋଲକ୍ଷ୍ମୀ ସିଂ, ଏଲ୍ ତମନ୍ନା ଦାସ ପୁରସ୍କାର ଲାଭ କରି ସାରା ଜିଲ୍ଲା ପାଇଁ ତଥା ସ୍କୁଲ ପାଇଁ ଗୌରବ ଅର୍ଜନ କରିଛନ୍ତି । ଆମ ସ୍କୁଲର ୧୪ ବର୍ଷରୁ କମ୍ ବାଳିକା ଖୋ ଖୋ ଜାତୀୟ ଦଳକୁ ମଧ୍ୟ ସଭାରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଇଡ୍ ଶିକ୍ଷକ ବ୍ରଜକିଶୋର ଦତ୍ତ, ବିଷ୍ଣୁ ପ୍ରସାଦ ମହାନ୍ତ, ସୋନୁ ଜୋସେଫ, ସ୍ମୃତିରଞ୍ଜନ ଦାଶ, ସ୍ୱାତୀସ୍ମିତା ଲେଙ୍କା ଓ ପୂର୍ଣ୍ଣିମା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।