ଠିକାଦାରଙ୍କ ମର୍ଜିରେ ଚାଲିଛି ଚିତ୍ରୋତ୍ପଳା ନଦୀ ବନ୍ଧ କାମ

 ନିଶ୍ଚିନ୍ତକୋଇଲି  : ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ବୈମାତୃକ ମନୋଭାବ ପାଇଁ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଅଭିଯୋଗରୁ ପ୍ରକାଶ ଯେ, ଚିତ୍ରୋତ୍ପଳା- ମହାନଦୀ ଦ୍ୱୀପାଂଚଳର ତଥା ଚିତ୍ରୋତ୍ପଳା ଡାହାଣପଟ ନଦୀ ବନ୍ଧ ଗୁହାଳୀ ପାଖରୁ ମହମ୍ମଦପୁର ପର୍ଯ୍ୟନ୍ତ ଦୀର୍ଘ ୧୩ କିମି ରାସ୍ତାକୁ ନବୀକରଣ କରିବା ପାଇଁ ଗତ ବିଜେଡି ସରକାର ସମୟରେ ୧୩ କୋଟିରୁ ଉଦ୍ଧ୍ୱର୍ ବ୍ୟୟ ବରାଦ କରାଯାଇଛି । ଏହି ରାସ୍ତାର ଓସାର ୭ ମିଟର ହେବାକୁ ଥିବା ବେଳେ ୫ ମିଟର ପିଚୁ ଓ ଉଭୟ ପଟରେ ୧ ମିଟର କରି ପାଦଚଲା ରାସ୍ତା ରହିବ ରାସ୍ତା ନିର୍ମାଣ ସମୟରେ ପୁରୁଣା ପିଚୁକୁ ଉଠାଯିବା ସହ ମାଟି ପକାଯାଇ ରୁଲିଂ ଓ ପରେ ଗୋଡି ଓ ଡଷ୍ଟ ରୋଲିଂ କରାଯିବା କଥା । ରାସ୍ତା ନିର୍ମାଣ ସମୟରେ ଠିକ୍ ଭାବେ ରୋଲିଂ ହେଉନଥିବା ଓ ଟଷ୍ଟ ପଡିଥିବା ସମୟରେ ପାଣି ପକାଯାଉନଥିବା ରାସ୍ତାରେ ଯାତାୟାତ କରୁଥିବା ମଣିଜଙ୍ଗ, ବାବୁଜଙ୍ଗ, ପାଳଦା, ଦୁଦୁରା, ସାନ୍ତପୁର, ବନ୍ଧୁପୁର, କଳମିଶି୍ର ଜନାର୍ଦ୍ଦନପୁର, ବୋଇଲ ଆଦି ଅଞ୍ଚଳର ଲୋକମାନେ ବହୁ ଅସୁବିଧାରେ ପଡୁଛନ୍ତି । ରାସ୍ତା ଦେଇ ବଡ ଗାଡି ଯିବାଆସିବା କରୁଥିବାରୁ ଟଷ୍ଟ ଏଭଳି ଭାବରେ ଉଡୁଛି ଯେ ସମଗ୍ର ଅଞ୍ଚଳ ଧୂଆଁ ମୟ ହୋଇଯାଉଛି । ସେ ଧୂଆଁ ନିଶ୍ୱାସ ପ୍ରଶ୍ୱାସରେ ଯିବାଦ୍ୱାରା ଲୋକମାନେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ରାସ୍ତାରେ ମାଟି ଗଦା ହୋଇଥିବା ବହୁ ଦୁର୍ଘଟଣା ଘଟୁଛି । ରାସ୍ତା କାମ ହେଉଥିବା କାର୍ଯ୍ୟସ୍ଥଳକୁ ସାଲେପୁର ପୂର୍ତ୍ତ ବିଭାଗର କର୍ମଚାରୀ କିମ୍ବା ଉଚ୍ଚ ପଦାଧିକାରୀ ନଆସିବା ଦ୍ୱାରା ଠିକାଦାର ନିଜ ମନଇଚ୍ଛାରେ କାମ କରି ଚାଲିଛି । ଏହି କାମର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଠିକାଦାରଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ପାଇଁ ସାଧାରଣରେ ଦାବି ହେଉଛି ।