ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଶ୍ରଦ୍ଧାଞ୍ଜଳି
ତାଳଚେର : ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କର ବିୟୋଗରେ ସମଗ୍ର ଦେଶରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରାକ୍ତନ ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେପି ସାଙ୍ଗଠନିକ ନେତୃତ୍ୱ, ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି, ବିଭିନ୍ନ ସଂଗଠନର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ସୋମବାର ଡ଼ଃ ପ୍ରଧାନଙ୍କର ଦେହାବସାନର ଅଷ୍ଟମ ଦିନରେ ତାଙ୍କର ତାଳଚେର ହାଣ୍ଡିଧୂଆଁ ନିବାସ ସମ୍ପୂର୍ଣ ଭାବେ ଦିନ ତମାମ ଲୋକାରଣ୍ୟ ରହିଥିବାର ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ରାଜ୍ୟରୁ ଶହ ଶହ ସଂଖାରେ ବିଶିଷ୍ଟ ବ୍ୟକ୍ତିଙ୍କର ସୁଅ ଛୁଟୁଛି ଡ଼ଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ । ବିଜେପି ରାଷ୍ଟ୍ରୀୟ ଉପ ସଭାପତି ସୌଦାନ ସିଂହ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ଛତିଶଗଡର ବିଜେପି ପ୍ରଦେଶ ଅଧ୍ୟକ୍ଷ ତଥା ବିଧାୟକ କିରନ ଦେଓଙ୍କ ସମେତ ଛତିଶଗଡର ଜଙ୍ଗଲ ବିଭାଗ ମନ୍ତ୍ରୀ କେଦାର କାଶ୍ୟପ, ଅର୍ଥମନ୍ତ୍ରୀ ଓ ପି. ଚୌଧୁରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମବିହାରୀ ଜୟଶ୍ୱାଲ, ବିଧାୟକ ସୁଶାନ୍ତ ଶୁକ୍ଲା, ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଅମର ଅଗ୍ରୱାଲ ପ୍ରମୁଖ ଆସି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ବିହାର ପର୍ଯ୍ୟଟନମନ୍ତ୍ରୀ ରାଜୁ କୁମାର ସିଂହ, ଦିଲ୍ଲୀ ପୂର୍ବାଞ୍ଚଳ ପ୍ରଭାରୀ ମନୀଷ ସିଂହ, ହରିୟାଣା ବିଧାୟକ ମୁଲଚନ୍ଦ ଶର୍ମା, ହରିୟାଣା କୃଷିମନ୍ତ୍ରୀ ଶ୍ୟାମ ସିଂହ ରାଣା, ହରିୟାଣା ପୂର୍ତ୍ତମନ୍ତ୍ରୀ ରନବିର ଗଙ୍ଗୱା, ପୂର୍ବତନମନ୍ତ୍ରୀ ଓ ବିଧାୟକ ହରିୟାଣା ସଞ୍ଜୟ ସିଂହ ରାଣା, ପ୍ରଶାସନିକ ଅଧିକାରୀ ମୁକେଶ ବଂଶଲ, ଆଇଏନଏସ ନିୟୁଜର ଡାଇରେକ୍ଟର ହିମାଂଶୁ ଦ୍ୱିବେଦୀ, ବିଜେପି ଯୁବମୋର୍ଚ୍ଚା ରାଷ୍ଟୀୟ ସାଧାରଣ ସମ୍ପାଦକ ଗୌରଭ ତିୱାରୀ, ଦିଲ୍ଲୀ ବିଜେପି ମୁଖପାତ୍ର ଆଦିତ୍ୟ ଝା, ଶଶି ରଞ୍ଜନ ବିହାର ବିଜେପି ସମ୍ପାଦକଙ୍କ ସମେତ ରାଜ୍ୟ ବାହାରୁ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।