ଡାକେଶ୍ୱରୀ ବିବରଣ ଓ ପାଣ୍ଡବଙ୍କ ଅସ୍ତ୍ରତ୍ୟାଗ
ଲଳିତ ଲେଙ୍କା : ମାଧବ ଦର୍ଶନ ସାରି ଯୁଧିଷ୍ଠିର ପତ୍ନୀ ଓ ଭାଇମାନଙ୍କୁ ସାଙ୍ଗରେ ଧରି ପଶ୍ଚିମଦିଗକୁ ଯାତ୍ରା କରି ମହ୍ଲାର ଦେଶରେ ପହଞ୍ଚôଲେ । ସେଠାରେ ନାରାୟଣ ଶବରୀ ଦେବତାଙ୍କୁ ଦର୍ଶନ କରି ରୁଦ୍ରନଦୀ ତୀରରେ ଥିବା ତୁଳସୀ ନଗ୍ରରେ ପହଞ୍ଚôଲେ । ସେଠାରେ ପର୍ଶୁରାମଙ୍କ ସନ୍ତକ କର୍ଣ୍ଣକଟାରୀକୁ ଦର୍ଶନ କରି ଉଇରୋବୀ ଦେବୀଙ୍କୁ ପୂଜା ଆରାଧନା କଲେ । ପାଣ୍ଡବମାନେ ସେଠାରୁ ଯାଇ ରୁଦ୍ରନଦୀ ତୀରରେ ଅବସ୍ଥାନ କଲେ । ଯୁଧିଷ୍ଠିର ଭୀମସେନଙ୍କୁ ଡାକି କହିଲେ ଏହି ନଦୀ ପାର ହୋଇଯାଇ ବୁଝି ୟେ କେଦଶ ତୀର୍ଥବର ।
ଭୀମସେନ ଜ୍ୟେଷ୍ଠଭ୍ରାତାଙ୍କ ଆଜ୍ଞା ପାଇଁ ନଦୀ ପାର ହୋଇ ଦକ୍ଷିଣ କୂଳରେ ପହଞ୍ଚôଲେ । ନଦୀର ଦକ୍ଷିଣ ତୀରକୁ ଯାଇ ଭୀମସେନ ରେ ରେ କାର ରଡି କରିବାକୁ ଲାଗିଲେ । ଭୀମସେନର ରତିଶୁଣି ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ ଭୀମସେନକୁ ଆସିବା ପାଇଁ ଡାକ ଦିଅ । ଅର୍ଜୁନର ଡାକ ଶୁଣି ଭୀମସେନ କହିଲେ- ‘ତୁମ୍ଭେମାନେ କିଏରେ ? କ’ଣ ପାଇଁ ମୋତେ ବାହୁଡି ଯିବା ପାଇଁ ଡାକୁଛ ? ଅର୍ଜୁନ କହିଲେ ଆମ୍ଭେ ଚାରି ପାଣ୍ଡବ ଯୁଧିଷ୍ଠିର, ଅର୍ଜୁନ, ନକୁଳ ଓ ସହଦେବ । ଏହି କଥା ଶୁଣି ଭୀମସେନ ବଡ ବଡ ଆଖି ବୁଲାଇ କହିଲେ- ଏତିକି ଆସ, ତୁମର କେତେ ବର୍ଷ ଦେଖିବା । ଯୁଧିଷ୍ଠିର ସହଦେବଙ୍କୁ ପଚାରିଲେ ଭୀମସେନର ଏପରି ବିଚିତ୍ର ବ୍ୟବହାରର କାରଣ କ’ଣ ?
ସହଦେବ କହିଲେ ସତ୍ୟଯୁଗରେ ମହାରାଜା ମାନଧାତା ଯଜ୍ଞ କରିବା ପାଇଁ ମହୀମଣ୍ଡଳର ସମସ୍ତ ପ୍ରଜାମାନଙ୍କୁ ନିମନ୍ତ୍ରଣ କଲେ । ରୁଦ୍ରନଦୀର ଦକ୍ଷିଣ ଭାଗ ଭୂମି ହେଉଛି ଅମୋକ୍ଷ ଭୂମି । ସେଠାରେ ରେରେ କାର କରି ଡାକେଶ୍ୱରୀ ଆସି ରହିଲେ । ସେ ପାଖକୁ କେହି ତପୋଧନ ମଧ୍ୟ ଯାଆନ୍ତି ନାହିଁ । ସେହି ଅମୋକ୍ଷ ଭୂମିରେ ଲୋକମାନେ ଶଉଚ ଅଶଉଚ କିଛି ଜାଣନ୍ତି ନାହିଁ । ପ୍ରକୃତି ସଂସ୍କାର ପାଇଁ ଜଳ ମଧ୍ୟ ଘେନନ୍ତି ନାହିଁ । ମାନ, ଗୋ÷ରବ, ସମ୍ମାନ ଜ୍ଞାନ ସେମାନଙ୍କର କିଛି ନାହିଁ । ବ୍ରାହ୍ମଣ ଚଣ୍ଡାଳ ସମସ୍ତେ ଏକାକାର ଭୋଜନ କଲେ ଅଇଁଠା ହାତ ଧୋ÷ତ କରନ୍ତି ନାହିଁ । ବସ୍ତ୍ର ମଧ୍ୟ ପଲଟାନ୍ତି ନାହିଁ । ଶୁକର ମାଂସ ଓ ମଦିରା ଖାଦ୍ୟଭାବେ ଗ୍ରହଣ କରନ୍ତି । ଅବିଚାରରେ ସ୍ତ୍ରୀ ପୁରୁଷ ମନଇଛା ରମଣ କରନ୍ତି । ଯୋନି ଯଉବନକୁ ଘୋଡାଇବାକୁ ଇଛା କରନ୍ତି ନାହିଁ । ଯୁଧିଷ୍ଠିର କହିଲେ ଏପରି କଥା ଆଉ କୁହନା ସହଦେବ । ଯାହା ଶୁଣିଲେ ପାପ ହେବ । ହେଲେ ଅର୍ଜୁନ ଓ ତୁମ୍ଭେ ଯାଇ ଭୀମଙ୍କୁ ବୁଝାଇ କୋଳକରି ନେଇଆସ ।
ଅର୍ଜୁନ ଓ ସହଦେବ ନଦୀ ପାର ହୋଇଯାଇ ଦୁଇଭାଇ ଗାଢଣ ଭୀମସେନଙ୍କୁ କୋଳକରି ନଦୀ ଏପଟକୁ ନେଇଆସିଲେ । ନଦୀର ଉତ୍ତର ପଟକୁ ଆସିବା ପରେ ଭୀମସେନ କହିଲେ ୟେ ନଦୀ ପାର ହେଲେ ପିତା ପୁତ୍ରକୁ ମଧ୍ୟ ଚିହ୍ନିପାରିବ ନାହିଁ । ଶାସ୍ତ୍ର ପୁରାଣ ବ୍ରଜ ପୂଜା ବିଧି ଏମାନେ ଜାଣନ୍ତି ନାହିଁ । ଗୋବ୍ରାହ୍ମଣ ବିଚାର ଏମାନଙ୍କର ନଥାଏ । ଖାଇବା ସହିତ ଅଇଁଠା ଓ ବାସି ଦ୍ରବ୍ୟ ମଧ୍ୟ ଖାଆନ୍ତି । ତେଣୁ କିଏ ଜାଣେ ଏମାନେ ହରିହର ଦେବତାଙ୍କୁ ଚିହ୍ନିଥିବେ ? ଏ କଥା ଶୁଣି ଯୁଧିଷ୍ଠିର କାନରେ ହାତଦେଲେ ।
ସେଠାରୁ ଲେଉଟି ପାଣ୍ଡବମାନେ ଆସି ୟେକାମ୍ବର ବନରେ ରହିଲେ । ବିନ୍ଦୁ ସାଗରରେ ସ୍ନାନାଦି ସାରି ଭୋଜନ କଲେ । ତାହାପରେ ଚିତ୍ରତ୍ପୋଳା ଓ ବୈତରଣୀ ନଦୀ ପାର ହୋଇ ପଶ୍ଚିମଦିଗରେ ଗତି କରି ଫଲୁକି ଦର୍ଶନ କଲେ । ରାମଗୟା ତୀର୍ଥରେ ପାଞ୍ଚଦିନ ରହି ଶ୍ରାଦ୍ଧ ଆଦି ପିତୃକାର୍ଯ୍ୟ ସମାପନ କଲେ । ଗୟାଶ୍ରାଦ୍ଧ ପରେ ମଣିଷ ତୀର୍ଥ ବାଣରାସୀରେ ପହଞ୍ଚôଲେ । ଯେଉଁଠାରେ ସୁଢାଳ ମଣି ହଜାଇ ଥିଲେ । ସେହି ତୀର୍ଥରେ ସ୍ନାନ କରି ବିଶ୍ୱନାଥଙ୍କୁ ପାଣ୍ଡବମାନେ ଦର୍ଶନ କଲେ ସେଠାରୁ ଯାଇ ପାଣ୍ଡବମାନେ କାଶୀପୁରରେ ରହିଲେ । ସେଠାରେ ବ୍ୟାସଦେବ ଓ ମାରକଣ୍ଡ ଋଷି ଆସି ପହଞ୍ଚôଲେ । ପାଣ୍ଡବମାନେ ଯାଇ ତାଙ୍କର ଚରଣ ବନ୍ଦନା କଲେ ଓ କହିଲେ ରାଜ୍ୟ ପାଇଁ ଆମ୍ଭେମାନେ ଅନେକ ସୋଦରମାନଙ୍କୁ ବଧ କଲୁ । ତେଣୁ ହତ୍ୟାଦୋଷ ବିମୋଚନ ପାଇଁ ତୀର୍ଥାଟନରେ ଆସିଅଛୁ ।
ଯୁଧିଷ୍ଠିରଙ୍କ କଥା ଶୁଣି ଋଷି ମାରକଣ୍ଡ କହିଲେ ତୀର୍ଥବାସୀ ହେଲେ ଅସ୍ତ୍ରଶସ୍ତ୍ର ଧାରଣ କରିବା ଉଚିତ ନୁହେଁ । ଶସ୍ତ୍ରଧାରୀ ହେଲେ କିସ ଧର୍ମ ହେବ ? ଏହି ପଞ୍ଚଧନୁ ଦଶଦ୍ରୋଣ ଦେବତାଙ୍କ ଅସ୍ତ୍ର । ଭାରା ନିବାରଣ ପାଇଁ ତୁମ୍ଭଙ୍କୁ ପ୍ରଦାନ କରିଥିଲେ । ତୀର୍ଥାଟନରେ ଆସିଥିବାରୁ ପଥରେ ରାକ୍ଷସମାନେ ତୁମ୍ଭର ଅସ୍ତ୍ରଶସ୍ତ୍ରକୁ ଲୁଟି ନେବେ । ଏହି ସମୟରେ ଦେବ ଅସ୍ତ୍ର ସବୁକୁ ନେବା ପାଇଁ ବ୍ରହ୍ମଦେବ ଦୁର୍ବାସା ଋଷିଙ୍କୁ ପାଣ୍ଡବମାନଙ୍କ ନିକଟକୁ ପଠାଇଲେ । ଦୁର୍ବାସା ଋଷି ସେଠାରେ ପହଞ୍ଚô ଯୁଧିଷ୍ଠିରଙ୍କୁ କହିଲେ ତୁମ୍ଭମାନଙ୍କର ଧନୁତ୍ରୋଣ ଦିଅ ଆମେ କପିଳାସ ଭୁବନକୁ ନେଇଯିବୁ । ଅର୍ଜୁନକୁ ଛାଡି ଚାରିଭାଇ ଧନୁତ୍ରୋଣ ଦୁର୍ବାସା ଋଷିକୁ ପ୍ରଦାନ କଲେ । ଅର୍ଜୁନ କହିଲେ ଗାଣ୍ଡିବଧନୁ ମୋର ଆତ୍ମାକୁ ଅଧିକ ଆପଣାର ପ୍ରାଣ ଥିବା ପର୍ଯ୍ୟନ୍ତ ଏହାକୁ ମୁଁ ଛାଡି ପାରିବି ନାହିଁ । ଅର୍ଜୁନ ଧନୁତ୍ରୋଣ ଦେବା ପାଇଁ ମନା କରିବାରୁ ଅଗ୍ନିଦେବତା ବ୍ରାହ୍ମଣ ରୂପରେ ଆସି ପ୍ରତିଗ୍ରହ କରି ଅର୍ଜୁନକୁ ଗାଣ୍ଡିବ ଧନୁ ମାଗିଲେ । କହିଲେ ଏହି ଧନୁ ତୁମ କରରେ ରହିଲେ ଧର୍ମ ନାଶ ହେବ । ଯୁଧିଷ୍ଠିର କହିଲେ ଆମ୍ଭେମାନେ ବାନପ୍ରଶସ୍ତରେ ଅଛେ । ଧନୁଶସ୍ତ୍ର ରଖିବା ବିଧି ନୁହେଁ । ଏହାକୁ ତ୍ୟାଗ କର । ଅର୍ଜୁନ କହିଲେ ଏହି ଧନୁ ତାଙ୍କୁ ଅଗ୍ନି ଦେବତା ଦେଇଛନ୍ତି । ତାଙ୍କ ବିନା ଅନ୍ୟ କାହାକୁ ସେ ଧନୁକୁ ଦେଇପାରିବେ ନାହିଁ । ଅଗ୍ନିଦେବତା ତ ବ୍ରାହ୍ମଣବେଶରେ ଆସିଥିଲେ । ସେ ନିଜର ସ୍ୱରୂପ ପ୍ରକଟ କରିବାରୁ, ଅର୍ଜୁନ ସେହି ଅନନ୍ଦରେ କାନ୍ଦି କାନ୍ଦି ଧନୁତ୍ରୋଣକୁ ପକାଇଲେ । ମାରକଣ୍ଡ ପାଣ୍ଡବମାନଙ୍କୁ ମଣିକୁଣ୍ଡେ ସ୍ନାନ କରାଇ ତୀର୍ଥ କରାଇ ଈଶ୍ୱରଙ୍କୁ ଦର୍ଶନ କରାଇଲେ ।
ବାରଣାସୀରୁ ପାଣ୍ଡବମାନେ ଯାଇ ପ୍ରାଣ ତୀର୍ଥରେ ପହଞ୍ଚôଲେ । ଏଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀର ତିନିଧାର ୟେକ ସଙ୍ଗ ହୋଇଛନ୍ତି । ତି୍ରବେଣୀ ଗଂଗାୟେ ପଶି କୃପାଚାର୍ଯ୍ୟ, ଅଶସ୍ତମା ଓ ପର୍ଶୁରାମ ସ୍ନାନ କରୁଥିଲେ । ପର୍ଶୁରାମକୁ ଦେଖି ଧର୍ମରାଜ ଯୁଧିଷ୍ଠିର ପ୍ରଣାମ କଲେ । ସତ୍ୟଯୁଗରେ କଥାମାନ ପର୍ଶୁରାମ କହିଲାବେଳେ ଅଶସ୍ତାମା ମହାଭାରତ ଯୁଦ୍ଧକଥା ଓ ପାଣ୍ଡବମାନଙ୍କ ପ୍ରତିଜ୍ଞା ବିଷୟ ପ୍ରକାଶ କଲେ । ସମସ୍ତେ ସ୍ନାନ କରିବା ପରେ ଏଠାରେ କିଛିଦିନ ରହିବା ପାଇଁ ଅଶସ୍ତମା ଯୁଧିଷ୍ଠିରଙ୍କୁ କହିଲେ । ଯୁଧିଷ୍ଠିର କହିଲେ ଆମ୍ଭେ ହିଙ୍ଗୁଳାଙ୍କ ଦର୍ଶନ ସାରି ଏଠାରେ ରହିବୁ । ତାହାପରେ ପାଣ୍ଡବମାନେ ପଶୁପତି ତୀର୍ଥକୁ ଯାତ୍ରା କରି ଗଣ୍ଡୁକି ନଦୀରେ ସ୍ନାନକାର୍ଯ୍ୟ ସମାପନ କଲେ ଓ ପଶୁପତି ନାଥଙ୍କୁ ଦର୍ଶନ କଲେ । ସେଠାରୁ ଚଳିଯାଇ ପାଣ୍ଡବମାନେ ମାଳତୀ ନଦୀ ତୀରରେ ବିଶ୍ୱାମିତ୍ରଙ୍କ ତପସ୍ଥାନରେ ପହଞ୍ଚôଲେ ।
ଆଶ୍ରମରେ ପାଣ୍ଡବମାନେ ଋଷି ବିଶ୍ୱାମିତ୍ରଙ୍କ ପାଦସେବା କରି ହିଙ୍ଗୁଳାଙ୍କୁ ଦର୍ଶନ କରାଇଦେବାକୁ ପ୍ରାର୍ଥନା କଲେ । ଦେବୀ ହିଙ୍ଗୁଳା ହେଉଛନ୍ତି ସ୍ୱରୂପେ କାମସେଣୀ ଓ ପ୍ରସନ୍ନେ ଯୋଶ୍ୱେରୀ । ବର୍ଣ୍ଣ ତାଙ୍କର ଲୋହିତ ଓ ଦୁଇ ଭୁଜ । ତାଙ୍କ ଲୋଚନରେ ଅନଳର ତେଜ ବିରାଜମାନ କରୁଥାଏ । ପାଣ୍ଡବମାନେ ଦେବୀ ହିଙ୍ଗୁଳାଙ୍କୁ ଦର୍ଶନ କଲେ । ଋଷି ବିଶ୍ୱାମିତ୍ର କହିଲେ- ତ୍ରେତାଯୁଗରେ ଧନପାଳ ନାମରେ ଜଣେ ସାଧୁ ଥିଲେ । ତାଙ୍କର କୂଳବଧୂଙ୍କ ନାମ ଥିଲା ହିଙ୍ଗୁଳା । ଥରେ ଧନପାଳ ସାଧବ କାମ୍ୟଶ୍ରାଦ୍ଧ ନିମିତ୍ତ ଗଣ୍ଡାମାଂସକୁ ପାକ କରି ଏପରି ସୁସଞ୍ଚ କରି ରାନ୍ଧିଲେ ଯେ ତାହା ଦେବତା ଋଷି ଓ ପିତୃଲୋକମାନେ ଆପ୍ୟାନ ଓ ଆଘ୍ରାଣ କରି ତୃପ୍ତ ହୋଇଗଲେ । ହେଙ୍ଗୁଳାଙ୍କୁ ଧନ୍ୟଧନ୍ୟ କରି ଦେବଋଷିମାନେ କହିଲେ ଏହି ମଧ୍ୟପୁରର ରଣସ୍ତମ୍ଭ ଗଡରେ ତମେ ସିଦ୍ଧ ହୋଇଯାଅ । ଏହି ମାନବ ଜନ୍ମ ତୋର ସାର୍ଥକ ହେଉ ତୋହର ବଂଶ ଅତୁଟ ରହୁ ଓ ବର୍ଦ୍ଧିତ ହେଉ ଲକ୍ଷ୍ମୀ । ପୁଣି କହିଲେ ତୋର ନାମ ଧରି ଯିଏ ପାକ କରି ପିତୃଲୋକଙ୍କୁ ସର୍ମପଣ କରିବ, ପିତୃଲୋକ ମୁଣ୍ଡ ପାଇବେ ।
ହିଙ୍ଗୁଳାଙ୍କୁ ଦର୍ଶନ କରିବା ପରେ ବିଶ୍ୱାମିତ୍ର କହିଲେ କର୍ଣ୍ଣମହାଋଷି ରହିଛନ୍ତି କର୍ଣ୍ଣକୁଟ ପର୍ବତରେ । ଗଙ୍ଗା, ଯମୁନା ସରସ୍ୱତୀ ମେରୁ ସନ୍ନିଧାନୁ କେହି ଆସି ଋଷିଙ୍କ ଗର୍ଭରେ ପଶୁଛନ୍ତି । ଦୁଇକର୍ଣ୍ଣରେ ଦୁଇଥର କଣ୍ଠରେ ସରତୀ ଓ ଦକ୍ଷିଣ ଜାନୁ ଫୁରି ତିନି ମୂର୍ତ୍ତି ବାହାରି ଯାଉଛନ୍ତି । ତପକରି ସତ୍ୟଯୁଗ ଭଗୀରଥ ଗଙ୍ଗାଙ୍କୁ ମଧ୍ୟପୁରକୁ ଆଣିଲେ । ମାତ୍ର କର୍ଣ୍ଣ ମହାଋଷି ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କୁ ଗଣ୍ଡୁଷ କଲେ । ସେ ଗର୍ଭରୁ ବହିଣ ଅଛଇ ସତ୍ୟଯୁଗେ । ଏହି ଠାରୁ ହିମନ୍ତେ ହେଉଛି ବିଶାଶୟେ ଯୋଜନ ଦୂର । ହିମବନ୍ତ ଠାରୁ ସ୍ୱର୍ଗ ହେଉଛି ନିକଟ । ଯୁଧିଷ୍ଠିର କର୍ଣ୍ଣକୁଟ ପର୍ବତରୁ ହିମନ୍ତେ ପର୍ବତ ଅଭିମୁଖେ ପତ୍ନୀ ଦ୍ରୋ÷ପଦୀ ଓ ଭାଇମାନଙ୍କୁ ସାଙ୍ଗରେ ଧରି ଚାଲିଲେ ।ଂ ତାହା ପାଇଁ ପରିଚୟ ସୃଷ୍ଟି କରିବ । ସ୍ୱତନ୍ତ୍ର ଅତିଥିଭାବେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ସୁରଭି କିଭଳି ପ୍ରତ୍ୟେକ ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶର ମାଧ୍ୟମ ସାଜିଛି ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଏବିଇଓ ଘନଶ୍ୟାମ ସିଂ, ସମ୍ମାନିତ ଅତିଥି ଭାବେ ଏବିଇଓ ଅକ୍ଷୟ କୁମାର ବେହେରା, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଂଜନ ପ୍ରଧାନ ଯୋଗ ଦେଇ ସେ ସଂପର୍କରେ ଆଲୋଚନା ରଖିଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ ଯୋଗ ଦେଇ ଶିଶୁଙ୍କର ବିକଶିତ ଗୁଣ ଜୀବନ ଆଧାର ତଥା ବଞ୍ଚôବାର ମାଧ୍ୟମ ହୋଇପାରିବ ବୋଲି ପ୍ରକାଶ କରିଥିଲେ । କପ୍ତିପଦା ବ୍ଲକ୍ର ୨୩ଗୋଟି କ୍ଲଷ୍ଟରରୁ ବଛା ହୋଇ ଆସିଥିବା ପିଲାମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ଏହି ସୁରଭି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସୁପର ସିନିୟର, ସିନିୟର ଏବଂ ଜୁନିୟର ତିନିବର୍ଗର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଶାର ଲୋକକଳା ଶୀର୍ଷକରେ ଅନୁଷ୍ଠିତ ତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ, ସାଧାରଣ ଜ୍ଞାନ, ସଂଗୀତ, ହସ୍ତକଳା ଓ ହସ୍ତଶିଳ୍ପ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଚୟନ କରାଯାଇଥିଲା । ଶିକ୍ଷକ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚକ୍ରପାଣି ଦଳେଇ, ସୁବଳ କୁମାର ଶଂଖୁଆ ଧନ୍ୟବାଦ ଅର୍ପଣ କରିଥିଲେ ।