ଡାକ୍ତରଙ୍କୁ ଶୁଭେଚ୍ଛା
ଜଟଣୀ: ଏକ ସୁସ୍ଥ ସମାଜ ଗଢ଼ି ତୋଳିବାରେ ଡାକ୍ତରଙ୍କ ଅବଦାନ ଅତୁଳନୀୟ । ଶରୀରକୁ ଆରୋଗ୍ୟ ରଖିବା ଏବଂ ଏକ ସୁସ୍ଥ ଜୀବନଯାପାନ ପାଇଁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ପଡେ । ଏହି ଅବସରରେ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ବେହେରା, ସହସମ୍ପାଦକ ପରେଶ ପଟ୍ଟନାୟକ, ସଞ୍ଜୟ ବରିଶଲ, ସାମାଜିକ କର୍ମୀ ଲିଟୁ ରଞ୍ଜନ ରାଉତରାୟ ରାଜକିଶୋର ରଣସିଂହ, ସୁରେଶ ପ୍ରଧାନ, ଆଲୋକ ପ୍ରସାଦ ମହାନ୍ତି, ଭାଗୀରଥୀ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଡକ୍ଟର ଦିବସରେ ଜଟଣୀର ଡ. କୃଷ୍ଣ ମହାନ୍ତି, ସାୱାର ମଲ୍ ଅଗ୍ରୱାଲା, ଖୋର୍ଦ୍ଧାରୋଡ ମଣ୍ଡଳ ଚିକିତ୍ସାଧିକାରୀ ସବିତା ଶତପଥୀ, ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଅଧିକାରୀ ଜିତେନ୍ଦ୍ର ପଣ୍ଡା, ଜାହିର୍ ବେଗ, ବିକ୍ରମ ଖୟା ମହୋଦୟଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ ।