କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ : ଡାଳିକାଏନ୍ଦା ଚାମ୍ପିଅନ
ରାଜକନିକା: ରାଜକନିକା ବ୍ଲକ ଦୋସଉତୁଣୀ ବାବା ମହାପୁରୁଷ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଚାଲିଥିବା ୨୩ ତମ ଜିତେନ୍ଦ୍ର -ଜ୍ଞାନେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ କ୍ଲବ, ଡାଳିକାଏନ୍ଦା ବନାମ ବାବା ମହାପୁରୁଷ କ୍ରିକେଟ କ୍ଲବ, ଦୋସଉତୁଣୀ ମଧ୍ୟରେ ହୋଇଥିଲା । ଏଥିରେ ଡାଳିକାଏନ୍ଦା ଟିମ୍ ଦୋସଉତୁଣୀ ଟିମ୍କୁ ୫୫ ରନରେ ହରାଇ ଚାମ୍ପିୟନ ହୋଇଛି । ଡାକିକାଏନ୍ଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଦୋସଉତୁଣୀ ୧୬ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୦ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ସିକୋ ପଂଚାୟତର ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ କ୍ରୀଡାବିତ୍ ପବିତ୍ର ରାଉତ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିଦ୍ୟାଧର ବେହେରା ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ତୈ÷ଲୋକ୍ୟପୁର ଦାମୋଦର ସ୍ୱାଇଁ, ଗୁରୁବ୍ରଦର୍ସଙ୍କ ପକ୍ଷରୁ ଅନିଲ ଗୁରୁ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଦୀପ ରାଉତ, ଉପଦେଷ୍ଟା ଅଶୋକ ନାୟକଓ ତ୍ରିଲୋଚନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଚାମ୍ପିୟାନ ଡାକିକାଏନ୍ଦା ଟିମ୍କୁ ଟ୍ରଫି ସହ ଅର୍ଥ ପୁରସ୍କାର ଏବଂ ରନର୍ସଅଫ ଦୋସଉତୁଣୀ ଟିମ୍କୁ ଟ୍ରଫି ସହ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଚାମ୍ପିୟନ ଟିମ୍ର ପ୍ରିୟରଞ୍ଜନ ରାଉତଙ୍କୁ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ସାମାଜିକ କର୍ମୀ କୈଳାସ ଚନ୍ଦ୍ର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିପ୍ଳବ ରାଉତ ଧନ୍ୟବାଦ ଦେଇଥିଲେ । ଅମ୍ପାୟାର ଭାବେ ମୃତୁ୍ୟଞ୍ଜୟ ରାଉତ ଓ ହେମନ୍ତ କୁମାର ସାହୁ ଖେକ ପରିଚାଳନା କରିଥିଲେ ।