ଡିଏମ୍ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ଶିଶୁ ଶିକ୍ଷାନୁଷ୍ଠାନ ଡ଼ି.ଏମ୍ ପବ୍ଲିକ୍ ସ୍କୁଲର ତୃତୀୟ ବାର୍ଷିକ ଉସôବ ପୁରୁଣା ସଦର ଥାନା ସ୍ଥିତ ଅମଲା କ୍ଲକ ପରିସରରେ ଅନୁଷ୍ଠିତ ହୋଇଛି । ପୁରୀ ସଦର ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ମୁଖ୍ୟଅତିଥି, ପୂର୍ବତନ ଉପନଗରପାଳ ସବ୍ୟସାଚୀ ମହାପାତ୍ର, ଅମଲା କ୍ଲବ ସମ୍ପାଦକ ଦୁର୍ଗାପ୍ରସନ୍ନ ମହାନ୍ତି, ଇଂଲିଶ ଏକାଡେମୀର ନିଦେ୍ର୍ଦଶକ ଦେବାଶିଶ ତ୍ରିପାଠୀ ଏବଂ ପୂର୍ବତନ ପୌର ସଦସ୍ୟ ପ୍ରତିମ୍ ଜଗଦେବ ସମ୍ମାନିତଅତିଥି ଭାବେ ଯୋଗଦାନ କରିଥିଲେ । ନିଷ୍ଠା ଓ ପରିଶ୍ରମ ସଫଳତାର ଚାବି କାଠି । ଛାତ୍ରଛାତ୍ରୀମାନେ ନିଷ୍ଠାର ସହିତ ବିଦ୍ୟା ଅଧ୍ୟୟନ କରିବା ଓ କଠିନ ପରିଶ୍ରମ କଲେ ଭବିଷ୍ୟତରେ ସଫଳ ହେବେ । ଈଶ୍ୱରଙ୍କ ମନୋରମ ସୃଷ୍ଟିରେ ଶିଶୁଟିଏ ଅମୃତର ମହାସାଗର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସାହିତି୍ୟକ ଶ୍ୟାମପ୍ରକାଶ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ଶିକ୍ଷାନୁଷ୍ଠାନର ନିଦେ୍ର୍ଦଶକ ପ୍ରଦୀପ କୁମାର ଶତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ସଂଘମିତ୍ରା ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଶ୍ଲୋକ ଆବୃତ୍ତି ଓ ମରାଠୀ ନୃତ୍ୟ ଆଦି କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ସ୍ୱାଗତିକା ମିଶ୍ର ଓ କୃଷ୍ଣଚନ୍ଦ୍ର ପାଣି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।