ଡିଏସ୍ପି ଶରତ ଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା

ଯାଜପୁର ସଦର : ଯାଜପୁର ଟାଉନ୍ ଥାନା ଅଧିକାରୀ ଡିଏସପି ଶରତ ଚନ୍ଦ୍ର ପାତ୍ରଙ୍କୁ ଅବସରପ୍ରାପ୍ତ ସେନା ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ । ଥାନା ଅଧିକାରୀଙ୍କ ବଦଳି ଆଦେଶ ଆସିଥିବାରୁ ଏବଂ ଥାନା ଅଧିକାରୀ ଜଣେ ପୂର୍ବତନ ସେନା ଅଧିକାରୀ ହୋଇଥିବାରୁ ଏପରି ସମ୍ମାନିତ କରାଯାଇଛି । ଟାଉନ୍ଥାନା ଅଧିକାରୀ ଶରତ ଜଣେ ଦକ୍ଷ ଥାନା ଅଧିକାରୀ ରୂପରେ ଓଡିଶାର ବିଭିନ୍ନ ଥାନାରେ କାର୍ଯ୍ୟରତ କରି ବହୁ ସୁନାମ ଅର୍ଜନ କରିଛନ୍ତି । ଜଣେ ଭଲ ଲେଖକ, ସଂଗିତ ଏବଂ ବହୁ ଆଧ୍ୟାତ୍ମିକ ଚେତନା ସହିତ ଜଡିତ ହେଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଥାନା ଅଧିକାରୀ ଶରତଙ୍କ ଗଞ୍ଜାମ ଜିଲ୍ଲାରେ ବଦଳି ଆଦେଶ ଆସିଛି ।