ଡିଗ୍ରୀ କଲେଜ ସଂସ୍କୃତ ବିଭାଗର ପାଠଚକ୍ର
କବାଟବନ୍ଧ: ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟ, ବଳରାମପୁରର ସଂସ୍କୃତ ବିଭାଗରେ "ନାରୀ ମର୍ଯ୍ୟାଦା’ ପ୍ରସଙ୍ଗରେ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷକ୍ଷ କବିତା ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ, କଲେଜ କ୍ରୀଡା ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ଓଝା ଅତିଥି ଭାବେ ଯୋଗଦେଇଥିଲେ । ମଧୁପୁର ଡିଗ୍ରୀ କଲେଜ, କଲଣ ସଂସ୍କୃତ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ପଣ୍ଡିତ ପଦ୍ମନାଭ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ଡ. ଦିପ୍ତୀପ୍ରଭା ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ । ସଂସ୍କୃତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।