ଡିଜେ ଜବତ; ମାମଲା ରୁଜୁ

 ଯାଜପୁର ଟାଉନ : ଯାଜପୁର ସହରରେ ରାତି ୧୦ଟା ପରେ ଡିଜେ ବାଜିବ ନାହିଁ ବୋଲି ଯାଜପୁର ଟାଉନ ପୁଲିସ ସମସ୍ତ ଡିଜେ ମାଲିକ ମାନଙ୍କୁ ଡାକି ଏକ ବୈଠକ କରିଥିଲା । ଏଥିରେ ଯାଜପୁର ସହରରେ ଥିବା ସମସ୍ତ ମଣ୍ଡପର ମାଲିକ ଯୋଗଦେଇଥିଲେ । ରବିବାର ଗରିଆପୁର ଠାରେ ରାତି ୧୦ଟା ପରେ ଏମଆରକେ ଡିଜେ ବାଜୁଥିବାରୁ ତାକୁ ଯାଜପୁର ପୁଲିସ ଜବତ କରି ଧାରା ୫ ଓଡ଼ିଶା ଫାୟାର ୱାର୍କ୍ସ ଏଣ୍ଡ ଲାଉଡ୍ସ୍ପିକର ରେଗୁଲେସନ୍ ଆକ୍ଟ ୧୯୮୫ ମୁତାବକ ୨୭/୨୫ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।