ଡ. ରାଜକିଶୋର ପାଢୀ ସମ୍ବର୍ଦ୍ଧିତ
ବ୍ରହ୍ମବରଦା : ବ୍ରହ୍ମବରଦା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଖତର ହୁସେନ୍ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଡଃ ରାଜକିଶୋର ପାଢୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ସମସ୍ତ କର୍ମଚାରୀ ଡଃ ଶ୍ରୀ ପାଢୀଙ୍କ ପ୍ରତିଭା ଓ କୃତିତ୍ୱର ଗୁଣଗାନ କରିବା ସହ ଅବସର ସମୟ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଅତିଥି ଭାବେ ଗ୍ରାମର ମୁରବି ବିପିନ ବିହାରୀ ଦେଓ, ନିମାଇଁ ଚରଣ ଦାସ, ସେକ୍ ଆଲ୍ଲାଉଦ୍ଦିନ ଖାଁ, ପ୍ରଦୀପ କୁମାର ଦାସ, ପ୍ରଫୁଲ୍ଲ ଗିରି ପ୍ରମୁଖ ଉପସ୍ଥିତ ରହି ଡଃ ଶ୍ରୀ ପାଢିଙ୍କ ଉଦେ୍ଦଶ୍ୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ବିଶ୍ୱନାଥ ପଣ୍ଡା ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ଜଗବନ୍ଧୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।