ତହସିଲଦାରଙ୍କୁ ୭ଦଫା ଦାବିପତ୍ର
ଢେଙ୍କାନାଳ: ଦୀର୍ଘଦିନର ବିଭିନ୍ନ ସମସ୍ୟାର ଦାବି ପୂରଣ ପାଇଁ ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନ ତରଫରୁ ଗନ୍ଦିଆ ତହସିଲଦାରଙ୍କୁ ଆଜି ୭ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରଦୁ୍ୟମ୍ନ କୁମାର ନାଏକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ତାରିଣୀ ଛକ ଠାରୁ ବାହାରି ଗଁଦିଆ ତହସିଲ କାର୍ଯ୍ୟାଳୟକୁ ଆସିଥିଲା । ଏଠାରେ ଏକ ପ୍ରତିବାଦ ସଭା ବ୍ଲକ ସଭାପତି ଅକ୍ଷୟ କୁମାର ମଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ ଆରପିଆଇ ଦଳର ରାଜ୍ୟ ସଭାପତି ଶେଖ ଅବଦୁଲ ଅଲି ଯୋଗଦାନ କରି ଉକ୍ତ ବ୍ଲକରେ ବସବାସ କରୁଥିବା ସମସ୍ତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାନେ ଅବହେଳିତ ଭାବରେ ଜୀବନ ଧାରଣା କରିବା ସହିତ ଅନେକ ସରକାରୀ ଯୋଜନାରୁ ଯେପରି ତାଙ୍କୁ ବଂଚିତ କରାଯାଉଛି ବୋଲି ଦାବି ଉପସ୍ଥାପନ କରିଥିଲେ । ପ୍ରମୁଖ ୭ଦଫା ଦାବି ମଧ୍ୟରେ ପିଙ୍ଗୁଆ ଗ୍ରାମରେ ଥିବା ସ୍ଥାନରେ ମହୋସôବକୁ ବନ୍ଦ କରାଯାଇ ଅନୁସୂଚିତ ଜାତିଙ୍କୁ ପ୍ରଦାନ,ବ୍ଲକରେ ଅଧିକାଂଶ ଗ୍ରାମରେ ସ୍ମଶାନ ଜମି ପ୍ରଦାନ, ଅନୁସୂଚିତ ଜାତି ଦୀର୍ଘଦିନ ଧରୀ ଦଖଲ କରିଥିବା ସରକାରୀ ଜାଗାକୁ ସ୍ଥାୟୀ ପଟା ପ୍ରଦାନ ଆଦି ଦାବି ନେଇଏକ ୭ଦଫା ସମ୍ବଳିତ ଦାବି ପତ୍ର ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ସଙ୍ଘ ପକ୍ଷରୁ ପ୍ରଦାନ କରାଯାଇଥିଲା ।