ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ : ଦିଲ୍ଲୀପ ପାଣି ସଭାପତି

ତାଳଚେର,୨୯ା୯ : ତାଳଚେର ଟ୍ରକ ମାଲିକ ସଂଘର ୨୦୨୫-୨୭ ବର୍ଷ ପାଇଁ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି । ହାତତୋଟା ସ୍ଥିତ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହୋଇଥିବାବେଳେ ଫଳାଫଳ ଘୋଷଣା ହୋଇଛି ।  ୧୩୨୪ ଜଣ ଭୋଟରଙ୍କ ମଧ୍ୟରୁ ୧୦୬୩ ଜଣ ଭୋଟ ପ୍ରଦାନ କରିଥିଲେ । ସଭାପତି ଭାବରେ ଦିଲ୍ଲୀପ ପାଣି, ପୂର୍ଣ୍ଣଚନ୍ଦ୍ର ସାହୁ ଓ ଜିତେନ୍ଦ୍ର ଭୂତିଆ ପ୍ରତିଦ୍ୱନ୍ଦିତା କରିଥିଲେ । ସେମାନଙ୍କ ମଧ୍ୟରୁ ବିଜୟୀ ସଭାପତି ଭାବରେ ଦିଲ୍ଲୀପ କୁମାର ପାଣି  ୭୨୧ ଖଣ୍ଡ ଭୋଟ ପାଇଁ ଜୟଯୁକ୍ତ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବରେ ପ୍ରକାଶ ଚନ୍ଦ୍ର ମହାରଣା ୬୧୧ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୪୨୪ ଝଣ୍ଡ ଭୋଟ ଅଧିକ ପାଇ ଜୟଯୁକ୍ତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଭାପତି ଭାବରେ ନିରଞ୍ଜନ ପ୍ରଧାନ, ଉପ-ସଭାପତି ଭାବରେ ଅୂଲ୍ୟ ରତ୍ନ ଭୂତିଆ, ଅର୍ଜୁନ କୁମାର ସାହୁ, ଶ୍ରୀହରି ସେଠି, ସହସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ରାଉତ, ସୁବ୍ରତ ସାହୁ, ଦିବ୍ୟରଞ୍ଜନ ଗଡ଼ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ସୁରେଶ ଚନ୍ଦ୍ର ସାହୁ, ଅର୍ଜୁନ ପ୍ରଧାନ, ଗଣେଶ୍ୱର ଶତପଥି, ବାପେନ୍ଦ୍ର ସିଂ, ମନୋରଞ୍ଜନ ଦାସ,ଏମଡି ସାଗିର, ରିପନ କୁମାର ସାହୁ, ଶ୍ରୀନିବାସ ପ୍ରଧାନ, ସୁଧୀର ରଞ୍ଜନ ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବରେ ମଦନ ମୋହନ ମହାପାତ୍ର, ଅଡିଟର ଭାବରେ ସରୋଜ କୁମାର ସାହୁ ଜୟଯୁକ୍ତ କରିଛନ୍ତି । ଭୋଟ ଗଣତି ବେଳେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ନିୟୋଜିତ ହୋଇଥିବାବେଳେ ବିପୁଳ ଭାବରେ ଟ୍ରକ ମାଲିକମାନେ ଉପସ୍ଥିତ ହୋଇ ସମସ୍ତ ବିଜୟୀ ପ୍ରାର୍ଥୀମାନଙ୍କୁ ବାଣ ଫୁଟେଇ, ବାଜା ବଜେଇ ସ୍ୱାଗତ କରିଥିଲେ ।