ତୁଟିଲା ବିଜେପି ବିଧାୟକ ଓ ଅଧ୍ୟକ୍ଷଙ୍କ ବିବାଦ
ନିଆଳି : କଣ୍ଟାପଡା ବ୍ଲକରେ ବିଜେପି ବିଧାୟକ ଛବି ମଲିକ ଓ ବିଜେପି ଅଧ୍ୟକ୍ଷ ସୁଶ୍ରୀ ଜିନା ଭୋଇଙ୍କ ଦୁଇ ଗୋଷ୍ଠୀ ବିବାଦ ଦୀର୍ଘଦିନ ହେବ ଚାଲି ଆସୁଥିଲା । ଯାହାଫଳରେ କଣ୍ଟାପଡା ବିଜେପି କର୍ମୀ ହତାଶ ହୋଇପଡ଼ିଥିଲେ । ଏହି ବିବାଦର ଆଜି ଅନ୍ତ ଘଟିଛି । ଭୁଲ ବୁଝାମଣା ଯୋଗୁଁ ଏହି ବିବାଦ ଉପୁଜିଥିବା ଉଭୟ ହୃଦୟଙ୍ଗମ କରିଥିଲେ । କଣ୍ଟାପଡା ବିଜେପିରେ ଏହା ଆଜି ଅନ୍ତ ଘଟିଲା । ନଡ଼ିଆ ଗୁରୁଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ବିଧାୟକ ଛବି ମଲିକ ବିଜେପି କର୍ମୀ ଓ ନେତାଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷଙ୍କୁ ଆଶୀର୍ବାଦ କରିବା ଦେଖିବାକୁ ମିଳିଥିଲା । ଏଥିରେ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, କଣ୍ଟାପଡା ଆତ୍ମାର ଅଧ୍ୟକ୍ଷ ପ୍ରଦୀପ ପାତ୍ର, ବ୍ରାହ୍ମଣବାଟି ସମିତିସଭ୍ୟ ବୁଧନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ ଯଚିନ୍ଦ୍ର ବରାଳ, ଗୋବିନ୍ଦପୁରର ପୂର୍ବତନ ସରପଞ୍ଚ ଲଲାଟେନ୍ଦୁ ଦାଶ, ଉମାକାନ୍ତ କର, ଗଗନ ମହାପାତ୍ର, ବିରୋକିଶୋର ଜେନା, ସାଂସଦଙ୍କ ପ୍ରତିନିଧି ବିନୋଦ କୁମାର ପଟ୍ଟନାୟକଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।