ମଙ୍ଗଳା ମନ୍ଦିର ମହନ୍ତଙ୍କ ପରଲୋକ
ନିଆଳି: କଣ୍ଟାପଡା ବ୍ଲକ ପୋଷ୍ଟଳ ପଞ୍ଚାୟତରେ ଥିବା ମଙ୍ଗଳା ମନ୍ଦିରର ମହନ୍ତ ବାବାଜୀ ପ୍ରକାଶ ଦାଶ(୫୫)ଙ୍କର ପରଲୋକ ହୋଇଯାଇଛି । ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେ ଜଣେ ପରୋପକାରୀ ଓ ସାହାଯ୍ୟକାରୀ ମଣିଷ ଓ ମିଷ୍ଟଭାଷୀ ଥିଲେ । ତାଙ୍କ ଦେହାନ୍ତରେ ବ୍ଲକ ଆତ୍ମା ଅଧ୍ୟକ୍ଷ ପ୍ରଦୀପ ପାତ୍ର, ଜିଲ୍ଲା ପରିଷଦ କ୍ରିଷ୍ଣା ରାଣୀ ବେହେରା, ସରପଞ୍ଚ ସସ୍ମିତା ଶସେନୀ, କଣ୍ଟାପଡା ପ୍ରେସ୍ କ୍ଲବ ସଭାପତି ଶରତ ସାହୁଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତିିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି ।