ତୁର୍କୀ ଫଳ ବ୍ୟାନ୍ ପରେ ବଢୁଛି କାଶ୍ମୀର ସେଓର ଚାହିଦା
ନୂଆଦିଲ୍ଲୀ: ପାକିସ୍ତାନ ପରି ପାନେ ପାଇବ ତୁର୍କୀ । ମହଙ୍ଗା ପଡିବ ପାକିସ୍ତାନ ପ୍ରୀତି । କିଛି ଏମିତି ଢଙ୍ଗରେ କହି ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ । ଭାରତ ବିରୋଧରେ ପାକିସ୍ତାନକୁ ୪୦୦ ଡ୍ରୋନ ତୁର୍କୀ ଦେଇଥିବା କଥା ସ୍ପଷ୍ଟ ହେବା ପରେ ଏବେ ରାଗି ପାଚି ନାଲି ହୋଇଛନ୍ତି ଭାରତୀୟ । ବ୍ୟବସାୟ କ୍ଷେତ୍ରରେ ତୁର୍କୀକୁ ପାନେ ଦେବାକୁ ଆକ୍ସନ ଆରମ୍ଭ କରିଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ସାମଗ୍ରୀ ସହ ତୁର୍କୀ ଫଳ ଉପରେ କଟକଣା ଲଗାଇଛନ୍ତି ବ୍ୟବସାୟୀ ସଙ୍ଘ । ତେବେ ତୁର୍କୀ ସେଓ ଏବଂ ତୁର୍କୀ ଫଳକୁ ବ୍ୟାନ୍ କରିବା ପରେ ଏବେ କାଶ୍ମୀର ସେଓର ବଢିଛି ଚାହିଦା । କାଶ୍ମୀର ସେଓ କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ତୁର୍କୀ ସେଓ ନକିଣି ଲୋକେ କାଶ୍ମୀର ସେଓ କିଣୁଥିବା ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଫଳ ଉପରେ ରୋକ ଲଗାଇବାର ଚିତ୍ର ଆସିଥିବା ବେଳେ ଦିଲ୍ଲୀରେ ଗତକାଲି ତୁର୍କୀ ଦୂତାବାସ ଅଭିମୁଖେ ଯାତ୍ରା କକି ବିରୋଧ ପ୍ରଦର୍ଶନ କରାଯାଇଛି। ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିବା ବେଳେ ତୁର୍କୀ ପତାକାକୁ ଚିରା ଯାଇଛି ।