ତେଣ୍ଟୁଲେଇରେ ବ୍ୟାପୁଛି ଛାଡ଼ାବାନ୍ତି
ତାଳଚେର : ତାଳଚେର ଅଞ୍ଚଳରେ ବର୍ତ୍ତମାନ ଝାଡ଼ାବାନ୍ତି ଆକ୍ରାନ୍ତରେ ରୋଗୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତକିଛି ଦିନ ପୂର୍ବରୁ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମରେ ଝାଡ଼ାବାନ୍ତି ହୋଇଥିବାବେଳେ ପୁନଶ୍ଚ ଏହି ଘଟଣା ଦେଖିବାକୁ ମିଳିଛି ତେଣ୍ଟୁଲେଇ ପଂଚାୟତର ହାଉସ୍ବୋର୍ଡ଼ କଲୋନୀ, ଭଞ୍ଜକଲୋନୀ, ମୁଣ୍ଡାବଜାର ଆଦି ଆଖପାଖ ଗ୍ରାମ ଗୁଡ଼ିକରେ । ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ଏହା କେଉଁ କାରଣରୁ ବ୍ୟାପୁଛି ତାହା ଅଦ୍ୟାବଧି ଜଣାପଡୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ଉକ୍ତ ଗ୍ରାମବାସୀମାନେ ଟିିଏଫଏଲ୍ କମ୍ପାନୀର ପରିତ୍ୟକ୍ତ ଜଳ ନଳାରେ ଛାଡ଼ୁଥିବା ଯୋଗୁଁ ଏହି ଜଳକୁ ବ୍ୟବହାର କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଝାଡ଼ାବାନ୍ତି ଆକ୍ରାନ୍ତକୁ ନେଇ ତାଳଚେର ଅଂଚଳରେ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇବା ସହ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି । ତେବେ ସ୍ଥନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲ ପରିସ୍ଥିତ ଅଧିକ ଜଟିଳ ହୋଇପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।