ଦକ୍ଷତା ବୃଦ୍ଧି ଓ କାର୍ଯ୍ୟଶୈଳୀ ଉନ୍ନତି କର୍ମଶାଳା

 ଛତ୍ରପୁର : ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ପାଇଁ ସହରାଞ୍ଚଳର ବିକାଶ ଅପରିହାର୍ଯ୍ୟ । ସହରାଞ୍ଚଳମାନଙ୍କର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିଲେ ବିକଶିତ ଓଡିଶା ଓ ବିକଶିଥ ଭାରତ ଗଠନ ହୋଇପାରିବ । ସହରାଞ୍ଚଳରେ ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛତା, ପରିମଳ ଆଦି କ୍ଷେତ୍ରରେ ଯେପରି ଆହୁରି ଅଧିକ ବିକାଶ ହୋଇପାରିବ ସେଥିଲାଗି ବୁଧବାର ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ୟୁଏଲବି ଗୁଡିକର ଜନପ୍ରତିନିଧି ମାନଙ୍କ ଦକ୍ଷତା ବୃଦ୍ଧି ଓ କାର୍ଯ୍ୟ ଶୈଳୀର ଉନ୍ନତିକରଣ କରିବା ନିମନ୍ତେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିଦେ୍ର୍ଦଶ କ୍ରମେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର ମେୟର, ଡେପୁଟି ମେୟର, କୋର୍ପରେଟର, ହିଞ୍ଜିଳିକାଟୁ ମୁନିସିପାଲଟି ଓ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ/ ଅଧ୍ୟକ୍ଷା, ଉପାଧ୍ୟକ୍ଷ/ ଉପାଧ୍ୟକ୍ଷା ଏବଂ କାଉନସିଲରମାନଙ୍କୁ ନେଇ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳାଇ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ । ବିଏମ୍ସି କମିଶନର ପ୍ରଥମେଶ ଅରବିନ୍ଦ ରାଜ ଶିକ୍ରେ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦେବଦତ୍ତ ପଣ୍ଡା, ଡେପୁଟି କମିଶନର ଆଶୀର୍ବାଦ ପରିଡା, ଆସ୍କା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ରମ୍ଭା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚନାମାଳା, ସୁଜିତ କୁମାର ଭଟ୍ଟମିଶ୍ର, ଡୁଡା କାର୍ଯ୍ୟାଳୟର ସବ୍ୟସାଚୀ ପ୍ରଧାନ, ବି. ସନ୍ଦୀପ କୁମାର, ସୁଚିତ୍ରା ସ୍ୱାଇଁ ପ୍ରମୁଖ ଯୋଗ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।