ଦକ୍ଷିଣାଞ୍ଚଳ ନାଟ୍ୟ ମହୋସବ

 ନବରଙ୍ଗପୁର : କୋରାପୁଟ କଲ୍ଚରାଲ ସୋସାଇଟ ଠାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଓଡିଶା ନାଟ୍ୟ ସଙ୍ଘ ଦକ୍ଷିଣାଞ୍ଚଳ ନାଟ୍ୟ ମହୋସôବ -୨୦୨୫ । ଦ୍ୱିତୀୟ ଦିନର ସନ୍ଧ୍ୟାରେ ପ୍ରଥମ ନାଟକ ଭାବରେ  ନବରଙ୍ଗପୁରର ତ୍ରିଧାରା ନାଟ୍ୟ ସଂଘ  ଦ୍ୱାରା ପ୍ରଯୋଜିତ ନାଟକ "ଅନ୍ଧାର’ ନାଟ୍ୟକାର ଓ ନିଦେ୍ର୍ଦଶକ  ଜଗନ୍ନାଥ ବେହେରାଙ୍କ ନିଦେ୍ର୍ଦଶନାରେ ମଞ୍ଚସ୍ଥ ହୋଇଥିଲା  । ପରିବାର ପ୍ରତି ପୋଷଣରେ ପିତାର ଭୂମିକା ଏବଂ ପିତାଙ୍କ ଅସହାୟତାରେ  ଜଣେ ସୁଯୋଗ୍ୟ  ଛୋଟ ପୁତ୍ର ଦାୟିତ୍ୱ  ଓ ସ୍ୱାମୀ ପୁତ୍ର ପ୍ରତି ଥିବା ସ୍ତ୍ରୀର କର୍ତ୍ତବ୍ୟକୁ ନେଇ ଆଗେଇ ଚାଲିଥିଲା ନାଟକ । ଲାଞ୍ଚ ମିଛ କାରବାରରେ ମାର ମାର ଭଣ୍ଡାରିଆକୁ ନ୍ୟାୟରେ ବଳି ପଡନ୍ତି ତଳ ତଳିଆ କର୍ମଚାରୀ । ପରିବାର ଦୁଃଖ  ସମୟ ସମାଜରେ ତଥା କଥିତ ସମାଜସେବୀଙ୍କ ଏବଂ ବନ୍ଧୁ ବାନ୍ଧବଙ୍କ  ଚକ୍ରାନ୍ତର ଷଡ଼ଯନ୍ତ୍ରରେ ଛନ୍ଦି ହୋଇଯାଏ ପରିବାରର କାହାଣୀ  । ସମାଜରେ ଘଟୁଥିବା ଅନ୍ୟାୟ ଅନୀତି, ଦୁର୍ନୀତିର ଚେର ପର୍ଯ୍ୟନ୍ତ ଯାଇ, ଦେଶରେ  ଚତୁର୍ଥ ସ୍ତମ୍ବ ବା ଜଣେ ସଚ୍ଚୋଟ ସାମ୍ବାଦିକଙ୍କ ଭୂମିକା ବାଷ୍ଟିଂ ଅପରେସନରେ କେତେ ଦୂର ସତ୍ୟର ସନ୍ଧାନ କରିପାରେ ତାହାର ଏକ ଜଳନ୍ତା ଉଦାହରଣ ଦର୍ଶାଇଥିଲା ନାଟକ ଅନ୍ଧାର । ଚରିତ୍ର  ନିର୍ଭାଉଥିବ ଥିବା କଳାକାରଙ୍କ  ଜୀବନ୍ତ ଅଭିନୟରେ ଦର୍ଶକ କାନ୍ଦି ଥିଲେ । ଶିଶୁ କଳାକାରଙ୍କ  ଦରଦୀ ପାଟିରେ ଥିବା ସଂଳାପରେ ଦର୍ଶକ ଆଖି ଛଳ ଛଳ ହୋଇ ଯାଇଥିଲା  । ନାଟ୍ୟକାର ଜଗନ୍ନାଥ ବେହେରାଙ୍କ ମଞ୍ଚ ପ୍ରତି ଥିବା ଅବଦାନକୁ ଆଖିରେ ରଖି ତାଙ୍କୁ  ନାଟ୍ୟ ସଂଘ ଦ୍ୱାରା ସମ୍ମାନିତ କରାଯାଇଥିଲା ।  ମଞ୍ଚରେ ଓଡ଼ିଶା ନାଟ୍ୟ ସଂଘ ଭୁବନେଶ୍ୱରର ସଭାପତି ବିଶିଷ୍ଟ ନାଟ୍ୟକାର ମନୋଜ ପଟ୍ଟନାୟକ, ସମ୍ପାଦକ ଶୁଭକାନ୍ତ ପାଢୀ, ସହ ସମ୍ପାଦକ ସମିର ମହାପାତ୍ର, କୋରାପୁଟ କଲ୍ଚରାଲ ସୋସାଇଟି ସଭାପତି ତଥା ପ୍ରାକ୍ତନ ବିଇଓ ଶିବ ରଥ, କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତି ସୁଧା ଜେନା ବରିଷ୍ଠ କଳାକାର ତଥା ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟଙ୍କ ସମେତ ଅନେକ ଉପସ୍ଥିତ ଥିଲେ । ଅନ୍ଧାର ନାଟକର ବିଭିନ୍ନ ଭୂମିକାରେ ଥିଲେ  ଦେବି ପ୍ରସାଦ ତ୍ରିପାଠୀ, ରଘୁନାଥ ରଥ, ବିଭୁଦତ୍ତ ସେଠୀ, ମନୋଜ ମହାରଣା, ରିତେଶ ପୂଜାରୀ, ପବିତ୍ର ଦତ୍ତ, ଶିବ ଶଙ୍କର ତ୍ରିପାଠୀ, ଶ୍ରୀନିବାସ ପାତ୍ର ନାରୀ ଚରିତ୍ରରେ ଥିବା ବଳିଷ୍ଟ କଳାକାର ହେଲେ  ପ୍ରକାଶିନୀ ଚୌଧୁରୀ, ଶିଶୁ ଭୂମିକାରେ ଥିଲେ ନିତ୍ୟ ପ୍ରକାଶ ନୀଙ୍ଗି  ।