ଦଣ୍ଡିରୀରେ ଲାଗିଲା ପାମ୍ ଗଛ
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ଦଣ୍ଡିରୀ ଗ୍ରାମପଞ୍ଚୟତ ଅନ୍ତର୍ଗତ ସନ୍ଦୀପ ପାଣିଗ୍ରାହୀଙ୍କ ଫାର୍ମରେ ପାମ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଲିଭ୍ ରିସୋର୍ସ ପ୍ରାଇଭେଟ ଲିମିଟେଡ୍ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଆନୁକୂଲ୍ୟରେ ଦଣ୍ଡିରୀ ଗ୍ରାମ ଠାରେ ଏହି ଚାରା ରୋପଣ କରାଯିବ । ଆଗାମୀ ଦିନରେ ଏଠାରେ ଲିଭ୍ ପାମ୍ ଅଏଲ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇ ତେଲ ଉତ୍ପାଦନ ହେବ ବୋଲି ଲିଭ୍ ପାମ୍ ରିସୋର୍ସ ସଂସ୍ଥାର ଅଧିକାରୀ ସୂଚନା ଦେଇଛନ୍ତି । ଏହି ବୃକ୍ଷରାପଣ କାର୍ଯ୍ୟକ୍ରମରେ ହିନେ୍ଦାଳ ସହକାରୀ ଉଦ୍ୟାନ ଅଧିକାରୀ ସୁବ୍ରତ ମହାନ୍ତି, ସସ୍ମିତା ସାହୁ ବାବୁଲା ପରିଡା, ତପନ ସାହୁ ଏବଂ ପାମ ତେଲ କ୍ଷେତ୍ର ଅଧିକାରୀ ସୁଜିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।