ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ଅୟାଂସ
ବରୀ: ବୟସ ମାତ୍ର ତିନି ବର୍ଷ । କିନ୍ତୁ ସ୍ମରଣ ଶକ୍ତି ପ୍ରଖର । ନିଜ ଜ୍ଞାନ ଗାରିମା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସର ଅଧିକାରୀ ହେବାରେ ସଫଳ ହୋଇ ପାରିଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ କିମ୍ଭିରିଆପାଳ ପଞ୍ଚାୟତ ଭଳିନୂଆଗାଁ ଗ୍ରାମର ରବିନ୍ଦ୍ର ନାଥ ସାହୁଙ୍କ ତିନିବର୍ଷର ନାତି ଅୟାଂସ ସାହୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏହି ରେକର୍ଡସ ଗତ ୧୪ ତାରିଖ ଦିନ ମିଳିଥିବା ପରିବାର ପକ୍ଷରୁ କୁହାଯାଇଛି । ୪୫ ପଶୁମାନଙ୍କ ନାମ, ୨୨ଟି ପନିପରିବାର ନାମ,୨୦ଟି ଫଳରନାମ,୧୫ ଯାନର ନାମ, ୧୨ଟି ତ୍ରିଥକ୍ଷେତ୍ରର ନାମ, ୨୬ ଟି ଆଲଫାବେଟିକାଲ ୱାର୍ଡର ନାମ, ୫ଟି ଇଂରାଜୀ ରାଇସ, ବର୍ଷକ ୧୨ ମାସର ନାମ, ଛଅଟି ଋତୁର ନାମ, ଏକରୁ ପଚାଶ ଭିତରେ ଦଶଗୋଟି ସାଧାରଣ ଜ୍ଞାନର ଉତ୍ତର କହି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ପିତା ଅସିତ କୁମାର ସାହୁ, ମାତା ଶୁଭଶ୍ରୀ ସାହୁ, ଜେଜମା କନକ ଲତା ସାହୁ, ଅଜା ସୁରେଶ ସାହୁ, ଆଇ ମା’ ନୀଳିମା ସାହୁଙ୍କ ଆଶୀର୍ବାଦ, ଶିକ୍ଷା ପ୍ରଦାନ ଅୟାଂସଙ୍କୁ ଏହି ସଫଳତା ଦେଇଛି ।ଏ ନେଇ ପରିବାର ଲୋକେ ଖୁସି ପ୍ରକାଶ କରିଥିବାବେଳେ ବରୀ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ।