ଦଣ୍ଡ ଠାକୁରଙ୍କ ମିଳନ  

ବାଣପୁର :  ବାଣପୁର ଐତିହାସିକ ପଲଟନ ପଡିଆରେ ଦଣ୍ଡ ଠାକୁର ମିଳନ କମିଟି ଆନୁକୂଲ୍ୟରେ ୧୬ତମ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ ହନ୍ତୁଆଡ ଗ୍ରାମର ରାଜ ରାଜେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଭୀମପୁରର ଝଡେଶ୍ୱର ଦେବ, ଭେଟେଶ୍ୱରର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେ. ବିଧାରପୁରର ବାଲୁଙ୍କେଶ୍ୱର ଦେବ, ବେରୁଆଁ ବାଡ଼ିର ଗାଦୀଶ୍ୱର ଦେବ, ବୋରିଗାଁର ନଟରାଜ ଦେବ, ଅରାଙ୍ଗର ନୀଳକଣ୍ଠେଶ୍ୱର ଦେବ, ବଡ଼ ସିରେଇପୁରର ଗୁପ୍ତେଶ୍ୱର ଦେବ, ଖରିଆପଲ୍ଲୀର ନୀଳକଣ୍ଠେଶ୍ୱର ଦେବ ପ୍ରମୁଖ  ଅଞ୍ଚଳର ୧୨ଟି ପୀଠରୁ ଦଣ୍ଡ ଠାକୁର ଏଥିରେ ଯୋଗ ଦେଇଥିଲେ । ରଙ୍ଗ ବେରଙ୍ଗର ଆଲୋକ ମାଳରେ ସଜିତ ହୋଇ ପଟୁଆର ଓ ବିଭିନ୍ନ ବାଜା ମଧ୍ୟ୍ୟରେ ଠାକୁର ମିଳନ ପଡିଆରେ ଉଦ୍ଦିଷ୍ଟ ଆସନରେ ବିଜେ କରିବା ପରେ ଠାକୁଙ୍କୁ ଅର୍ଚ୍ଚନା କରାଯାଇଥିଲା । ଆସତ ବାଜିରେ ପଡିଆ ପ୍ରକମ୍ପିତ ହୋଇଥିଲା । ଭକ୍ତାମାନେ ଦଣ୍ଡ ଖେଳ ପ୍ରଦର୍ଶନ କରିଥିଲେ, ଝୁଣା ମାଡରେ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଭୋଗ ଲାଗି ପରେ ଠାକୁର ସ୍ୱ ପୀଠକୁ ବିଜେ କରିଥିଲେ । ଦଣ୍ଡ ଠାକୁରଙ୍କ ଏହି ମହା ମିଳନକୁ ଦର୍ଶନ କରିବା ସହ ଶ୍ରଦ୍ଧାଳୁ ବିଭିନ୍ନ ମାନସିକ କରିଥିଲେ ।