"ଦଧିନଉତି'ର ସମୀକ୍ଷା ଆସର
ପୁରୀ: ଅଭିନନ୍ଦନିକାର ପ୍ରତିଷ୍ଠାତା ସଂପାଦକ ତଥା କବି ଶ୍ୟାମପ୍ରକାଶ ସେନାପତିଙ୍କର କବିତା ପୁସ୍ତକ ଦଧିନଉତିର ସମୀକ୍ଷା ଆସର ବଡ଼ଦାଣ୍ଡସ୍ଥିତ ସେନାପତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସ୍ତମ୍ଭକାର ଓ ସମାଜସେବୀ ଡ଼. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଉକôଳ ସାହିତ୍ୟ ସମାଜର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, ସାହିତି୍ୟକା ଗୀତାଞ୍ଜଳି ପୃଷ୍ଟି ଏବଂ ସାଂସ୍କୃତିକ ସଂଗଠକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ । ଏହି ସଂକଳନରେ କବି ଜଗନ୍ନାଥଙ୍କୁ ଅନନ୍ତ, ମହାକାଳ, ଅଚିନ୍ତ୍ୟ, ଅବ୍ୟକ୍ତ ଓ ପୂର୍ଣ୍ଣପୁରୁଷ ଭାବରେ ପ୍ରକାଶ କରିଛନ୍ତି । ଏହା ଜଗନ୍ନାଥ ବିଭୂତିର ଏକ ସମର୍ପିତ କାବି୍ୟକ ପରିପ୍ରକାଶ ଏବଂ ଶ୍ରୀଜଗନ୍ନାଥ ଚେତନାର ଏକ ବିମୁଗ୍ଧ କାବ୍ୟକଳ୍ପ । ଏହି ସଂକଳନଟି କ୍ଷେତ୍ର ଓ କ୍ଷେତ୍ରପତି କ୍ରମରେ ଦୁଇ ଭାଗରେ ସଜ୍ଜିତ ହୋଇଛି । ଏଥିରୁ ଦୟଣା, ତୁଳସୀର ବାସ୍ନା ଓ ମରୁଆର ମନ୍ତ୍ରଧ୍ୱନି ଅନୁଭବ କରିପାରିବେ ବୋଲି ସମୀକ୍ଷକମାନେ ପ୍ରକାଶ କରିବା ସହିତ ଦଧିନଉତି ଏକ ସାର୍ଥକ କବିତା ସଂକଳନ ବୋଲି ମତବ୍ୟକ୍ତ କରିଥିଲେ ।