ଦଧିବାମନଜୀଉଙ୍କ ପାଚେରି ନଭାଙ୍ଗିବା ପାଇଁ ଦାବିପତ୍ର

 ଆନନ୍ଦପୁର:  ପ୍ରଶାସନ ପକ୍ଷରୁ ରାଜ୍ୟ ରାଜପଥ ପ୍ରଶସ୍ତିକରଣ ପାଇଁ ଆନନ୍ଦପୁରର ଆରାଧ୍ୟ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନଜୀୟୁ ମନ୍ଦିରର ଉତ୍ତର ଦ୍ୱାର ପାଚେରୀ ଭଙ୍ଗା ଯିବାକୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ୧୬୩୨ ମସିହାରେ ରାଜା ଗୋପିନାଥ ଭଞ୍ଜ ଏବଂ ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ୱାରା ବସ୍ତୁ ଶାସ୍ତ୍ର  ଅନୁଯାୟୀ ନିର୍ମିତ ହୋଇଥିଲା । ମନ୍ଦିର ପ୍ରତି ଜନସାଧାରଣଙ୍କ ଧର୍ମୀୟ ଭାବନା, ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ଧର୍ମୀୟ ଚେତନା ନିହିତ ରହିଛି । ସେହିପରି ଯଦି ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାର ପାଚେରୀ ସହିତ ଲକ୍ଷ୍ମୀ ମନ୍ଦିରକୁ ଭଙ୍ଗାଯାୟୀ ରାସ୍ତା ପ୍ରଶସ୍ତି କରଣ ପାଇଁ ପାଚେରୀ ଘୁଞ୍ଚାଯାଏ ତେବେ ଯାନ ବାହାନ ଚଳାଚଳ ଦ୍ୱାରା ଦଧିବାମନଜୀୟୁଙ୍କ ମନ୍ଦିର ଭାଇବ୍ରେସନ ଦ୍ୱାରା ଫାଟ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ସେହିପରି ଦ୍ୱିତୀୟତଃ ଯେଉଁ ବ୍ୟକ୍ତି ବିଶେଷମାନେ ସରକାରୀ ଜାଗାରେ ଘରର ପିଣ୍ଡା, ଛାତ, ବାରଣ୍ଡା, ଘର କାନ୍ଥ ବଢାଇଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇ ଭଙ୍ଗାଯାଇ ରାସ୍ତା ପ୍ରଶସ୍ତିକରଣ କରାଯାଉ । ଏପରି ଦାବି ରଖି ଆଜି ଜନସାଧାରଣଙ୍କ ପକ୍ଷରୁ ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଜରିଆରେ ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ଆଇନଜୀବୀ ଦୟାନିଧି ଦାଶ, ସୁଦାମ ମଙ୍ଗଳ, ସୁବାସଚନ୍ଦ୍ର ବିଶ୍ୱାଳ, ରମେଶ ଚନ୍ଦ୍ର ବାରିକ, ହରମୋହନ କର, ସତିକାନ୍ତ ପତି, ନିରଞ୍ଜନ ସାହୁ, ଭାଗିରଥୀ ଦାଶଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିଲେ ।