ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ


ାା ପ୍ରଭାନୁ୍ୟଜ ।ା ଯାଜପୁର : ଜିଲାରେ ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛତା ପକ୍ଷ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ବ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମସ୍ତଙ୍କର ଯୋଗଦାନ, ସମୁର୍ଣ୍ଣ ସ୍ୱଚ୍ଛତା, ସଫେଇ କର୍ମଚାରୀଙ୍କ ସୁରକ୍ଷା ପରି ବିଭାଗରେ ବିଭକ୍ତ କରାଯାଇଛି । ଏହିପକ୍ଷରେ କାର୍ଯ୍ୟାଳୟ, ଜାତୀୟ ରାଜପଥ, ଜଙ୍କସନ, ବ୍ଲକ ମହକୁମା, ହାଟ, ମାର୍କେଟ ପ୍ଲେସ, ବସଷ୍ଟାଣ୍ଡ ଇତ୍ୟାଦି ସର୍ବସାଧାରଣ ସ୍ଥାନ ଓ ଅଳିଆ ଆବର୍ଜନା ପକାଯାଉଥିବା ସ୍ଥାନ(ଡମ୍ପିୟାର୍ଡ) ସଫା କରାଯିବ । ବିଦ୍ୟାଳୟ ଓ ମହା ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରବନ୍ଧ, ବକ୍ତୃତା, ସ୍ଲୋଗାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦବ୍ୟତୀତ ୱାଲ ପେଣ୍ଟିଙ୍ଗ, ସଫେଇ କର୍ମଚାରୀଙ୍କ ସୁରକ୍ଷା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଚିକିତ୍ସାଳୟ ଇତ୍ୟାଦି ପରିଷ୍କାର ପରିଚ୍ଛନ କରାଯିବ । ସଫେଇ କର୍ମଚାରୀଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ ଯୋଜନାରେ ସୁବିଧା ପ୍ରଦାନ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଦି ଆୟୋଜନ କରିବାକୁ ଜିଲାପାଳ ସମସ୍ତ ବିଡିଓ ଓ ପୌରନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଜିଲା ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଅଂଶୁମାନ ଶତପଥୀ, ସମସ୍ତ ବ୍ଲକର ବିଡିଓ, ନିର୍ବାହୀଅଧିକାରୀ ପୌର ପରିଷଦ, ବିଭାଗୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।