ଦଧିବାମନ ଜୀଉ ସଂସ୍କୃତ କଲେଜ ପକ୍ଷରୁ ଚାରାରୋପଣ

ଧର୍ମଶାଳା : ଶ୍ରୀ ଦଧିବାମନ ଜୀଉ ସଂସ୍କୃତ କଲେଜ ପରିସରରେ ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡକ୍ରସ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ମା' ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼କ୍ଟର କୃଷ୍ଣଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶୁମାନ ଟ୍ରଷ୍ଟର ସଭାପତି ସିତାଂଶୁ ଶେଖର ସାହୁ, ଡ଼କ୍ଟର ଚିତରଞ୍ଜନ ମହାନ୍ତି, ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ସମାଜସେବୀ କାହ୍ନୁଚରଣ ଦାଶ, ପ୍ରଶାନ୍ତ କୁମାର ନାୟକ, ସରୋଜକାନ୍ତ ବେହେରା, ଶିକ୍ଷାବିତ ସୁଦର୍ଶନ ପଣ୍ଡା, ଅଭିଷେକ ସାହୁ, ବିପଦର ବନ୍ଧୁ ସଂଗଠନର ସଂଯୋଜିକା କାଦମ୍ବିନୀ ମିଶ୍ର, ବିଜୟ କୁମାର ଦେବତା ଓ ସୁନୀଲ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ସୁଜାତା ଦାସ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ଅଧ୍ୟାପିକା ପ୍ରମିଳା ଦାଶ ଅତିଥି ପରିଚୟ ଦେଇଥିଲେ । ଅଧ୍ୟାପକ ଗିରିଧାରୀ ପଣ୍ଡା, ଗୌରୀ ଶଙ୍କର ମିଶ୍ର, ସୁରେଶ ଚନ୍ଦ୍ର ଲେଙ୍କା, ଅଣଶିକ୍ଷକ କର୍ମଚାରୀ ପ୍ରଶାନ୍ତ ପଣ୍ଡା ଓ ହେମନ୍ତ ଦାସ ସମେତ ଛାତ୍ରଛାତ୍ରୀ ଉପସ୍ଥିତଥିଲେ । ଅଧ୍ୟାପିକା ମନ୍ଦାକିନୀ ରାଉତ ଧନ୍ୟବାଦ ଦେଇଥିଲେ ।