ଦାୟିତ୍ୱରେ ଥିବା ପୌର ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ

 ଜଟଣୀ: ଜଟଣୀ ପୌରପାଳିକା ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ତଥା ବ୍ଲକ୍ ବିଡିଓ ଭାବେ କାର୍ଯ୍ୟକରୁଥିବା ଦକ୍ଷ ଅଧିକାରିଣୀ ରଶ୍ମିତା ନାଥଙ୍କ ଏଠାରୁ ବାଲିଅନ୍ତା ବ୍ଲକକୁ ବଦଳି ହେବାପରେ ପୁରୀ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟକରୁଥିବା ବରିଷ୍ଠ ଅଧିକାରୀ ବସନ୍ତ କୁମାର ହାତୀ ବ୍ଲକ୍ରେ ବିଡିଓ ଭାବେ ଯୋଗ ଦେଇଛନ୍ତି  । ଏହି ପରିପ୍ରେକ୍ଷୀରେ ଜଟଣୀ ପୌରପାଳିକାରେ ନିର୍ବାହୀ ଅଧିକାରୀ ପଦ ଖାଲି ଥିବାରୁ ହାତୀଙ୍କୁ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବା ପାଇଁ ବିଭାଗୀୟ ନିଦେ୍ର୍ଦଶ ଦିଆଯାଇଛି  । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୌର କାର୍ଯ୍ୟାଳୟ ପରିସରରେ ଉପାଧ୍ୟକ୍ଷା ଆରତୀ ରାଉତ, କାଉନସିଲର ଜଟାଧାରୀ ପ୍ରଧାନ, ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ  ।