ଦିଲ୍ଲୀ ବିସ୍ଫୋରଣ ଓ ରାଷ୍ଟ୍ରୀୟ ସୁରକ୍ଷା

ଦିଲ୍ଲୀ ବିସ୍ଫୋରଣ ଓ ରାଷ୍ଟ୍ରୀୟ ସୁରକ୍ଷା

ଡ.ମନୋଜ କୁମାର ମହାନ୍ତି : ଭାରତର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ବିସ୍ଫୋରଣକୁ ନେଇ ସବୁଠି ଚର୍ଚ୍ଚା ତଥା ଆତଙ୍କ । ଦୀର୍ଘଦିନର ବ୍ୟବଧାନରେ ଭାରତର ରାଜଧାନୀରେ ଆତଙ୍କୀ କାର୍ଯ୍ୟକଳାପ ଅତ୍ୟନ୍ତ ଉଦ୍‌ବେଗଜନକ । ସ୍ୱାଧୀନତାପ୍ରାପ୍ତିର ଏଯାବତ୍‌ ଭାରତ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଥିବା ସତ୍ତେ୍ୱ ବିଗତ କିଛିବର୍ଷ ହେବ ଆଭ୍ୟନ୍ତରୀଣ ଆତଙ୍କ ଆକ୍ରମଣରୁ ଦେଶ ସୁରକ୍ଷିତ ଅନୁଭବ କରୁଥିବା ବେଳେ ପୁନଶ୍ଚ ରାଜଧାନୀରେ ଆତଙ୍କବାଦୀମାନେ ସେମାନଙ୍କ ଲକ୍ଷ୍ୟ ସାଧନାରେ ସଫଳ ହେବା ଏକ ଦୁଃଖଦ ଘଟଣା । 

     ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଭାବେ ଫରିଦାବାଦସ୍ଥିତ ଅଲ୍‌-ଫଲହ ମେଡିକାଲ ମହାବିଦ୍ୟାଳୟର ଡାକ୍ତରମାନେ ଯେଉଁ ନିର୍ଭୟରେ  ଆତଙ୍କୀ କାର୍ଯ୍ୟ ସମ୍ପାଦନ କରିଛନ୍ତି ତାହା ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଏକ ବୃହତ୍‌ ପ୍ରଶବାଚୀ ସୃଷ୍ଟି କରିଛି । ମୁଖ୍ୟତଃ ପୁରୁଷମାନେ ଆତଙ୍କୀ କାର୍ଯ୍ୟରେ ଲିପ୍ତଥିବା ବେଳେ ଏଥର କିନ୍ତୁ ଆତଙ୍କୀ ଗୋଷ୍ଠୀରେ ସାମିଲ ହୋଇଥିବା ନାରୀମାନଙ୍କ ଚେହେରା ସାମନାକୁ ଆସିଛି । ତାହାପୁଣି ସ୍ୱାସ୍ଥ୍ୟସେବାଧାରୀ ଡାକ୍ତରଗୋଷ୍ଠୀ । ସାଧାରଣ ଜନତା ଡାକ୍ତରଙ୍କୁ ଦ୍ୱିତୀୟ ଜୀବନ୍ତ ସ୍ରଷ୍ଟାରୂପେ ଗ୍ରହଣ କରିଥିବା ଡ଼ାକ୍ତରମାନେ ବି ଦେଶବିରୋଧୀ ଆତଙ୍କ ଭଳି ଘୃଣ୍ୟକର୍ମ କରି ସାଧାରଣ ଜୀବନକୁ କଲବଲ୍‌ କରି ମାରିବି ପାରନ୍ତି ! ଶରୀରକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବାପାଇଁ ଖାଦ୍ୟ ଓ ବିଶ୍ରାମ ଯେତିକି ଜରୁରି ତାଠାରୁ ଅଧିକ ଜରୁରି ନିରୋଗ ରହିବା । ବେଳେବେଳେ ରୋଗ ତଥା  ଭୟଙ୍କର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଶରୀରପାଇଁ ଉପଚାର ଆବଶ୍ୟକ । ବିନା ଉପଚାରରେ ଶରୀରରେ ନା ରୋଗ ଦୂରହେବ ନା ଦୁର୍ଘଟଣାର ଉପଶମ ସମ୍ଭବ । ଆରୋଗ୍ୟପାଇଁ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ରୋଗ ହେଉକି ଦୁର୍ଘଟଣା, ଶରୀରପାଇଁ ଆରୋଗ୍ୟ ରହିବା ସର୍ବପ୍ରଥମ । ବୟସର ଅପରାହ୍ନରେ ପାଦ ଦେଇଥିବା ବୃଦ୍ଧବୃଦ୍ଧା, ଜୀର୍ଣ୍ଣଶୀର୍ଣ୍ଣ ତଥା ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷଟେ ମଧ୍ୟ ଟିକେ ଖୁସିରେ ଜିଇଁବାକୁ ଚାହେଁ । ସେଥିପାଇଁ ଭେଷଜ ବିଜ୍ଞାନ ଓ ଭେଷଜ ବିଶେଷଜ୍ଞମାନେ ସମାଜରେ ସଦାସର୍ବଦା ବୃହତ୍‌ ଭୂମିକା ଗ୍ରହଣ କରିଆସୁଛନ୍ତି । ମାନବ ସେବା ହିଁ ମାଧବ ସେବା । ଆରୋଗ୍ୟ ବିଶ୍ୱର ଶ୍ରେଷ୍ଠ ସେବାରେ ଅନ୍ତର୍ଭୁକ୍ତ । ଅନେକ ସମୟରେ ଭେଷଜ ଉପଚାର ଦ୍ୱାରା ଗୋଟେ ଜୀବନକୁ ବଞ୍ଚେଇ ରଖିବାର ଆନ୍ତରିକ ପ୍ରୟାସକୁ ଆରୋଗ୍ୟ କୁହାଯାଏ ।  

      ପ୍ରାଚୀନ କାଳରେ ଚେରମୂଳୀ ରୋଗର ନିବାରକ ବା ନାଶକଭାବେ ଗ୍ରହଣ କରି ଶାରିରୀକ ସୁସ୍ଥତା ଅନୁଭବ କରାଇବାରେ ବୈଦ୍ୟମାନଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମୟକ୍ରମେ ବିକଶିତ ମଣିଷ ମଧ୍ୟ ତା ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେଲା;  ବିଶେଷ କରି ମହାମାରୀ ରୋଗ ସହ ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ଗୁରୁତର ଶାରୀରିକ ଦୁର୍ଘଟଣାର ଉପଶମ ନିମନ୍ତେ ଉପକରଣ ପ୍ରୟୋଗ ପୂର୍ବକ ଅଙ୍ଗପ୍ରତ୍ୟଙ୍ଗର ଥଇଥାନ କରି ଶାରୀରିକ ଯନ୍ତ୍ରଣାକୁ କିପରି କାବୁ କରାଯିବ ସେଥିପାଇଁ ବିଭିନ୍ନ  ଔଷଧ ପ୍ରସ୍ତୁତି ସହ ଉପକରଣ ପ୍ରୟୋଗ ମାଧ୍ୟମରେ ବିଭିନ୍ନ ରୋଗ ଉପରେ ବିଜୟପ୍ରାପ୍ତ କଲା । ଧୀରେଧୀରେ ଭେଷଜ ବିଜ୍ଞନର ଆଦର ଏବଂ ଚାହିଦା ବଢିଲା । ତାର ପୃଷ୍ଠପୋଷକ ସାଜିଲେ କିଛି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଗଣ । ରୋଗରେ ପୀଡିତ ଜନତା ସାଜିଲେ ରୋଗୀ, ସେମାନଙ୍କୁ ଆରୋଗ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଡାକ୍ତର ଏବଂ ରୋଗୀ ଓ ଡ଼ାକ୍ତରଙ୍କ ଆରୋଗ୍ୟ ସ୍ଥାନ ଡ଼ାକ୍ତରଖାନାଭାବେ ପରିଚିତ ହେଲା । ଉଭୟ ବେସରକାରୀ ଓ ସରକାରୀ ସ୍ତରରେ ଆରମ୍ଭ ହେଲା ଡାକ୍ତରୀସେବା । ପ୍ରଥମେ ଡ଼ାକ୍ତରସେବାକୁ ଜୀବନର ବ୍ରତଭାବେ ଆଖିରେ ରଖି କାର୍ଯ୍ୟରତ ଡାକ୍ତରମାନେ ପରବର୍ତ୍ତୀ ସମୟରେ ସେବା ବଦଳରେ ରୋଗୀଙ୍କୁ ଶୋଷିବାରେ ଲାଗି ପଡ଼ିଲେ । ଡ଼ାକ୍ତର ଡିଗ୍ରୀଧାରୀ  ନିଜନିଜର ବ୍ୟକ୍ତିଗତ କ୍ଲିନିକ୍‌ ଖୋଲି ଆର୍ଥିକ ସ୍ୱଛଳ ପରବାରଙ୍କୁ ଶୀଘ୍ର ସ୍ୱାସ୍ଥ୍ୟସେବା ଯୋଗାଇ ଅଧିକ ରୋଜଗାର କରିବାର ମନୋବୃତ୍ତିର ରୂପରେଖ ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ।

   ଜରୁରୀକାଲୀନ ସ୍ୱାସ୍ଥ୍ୟସେବା ପାଇବା ଲକ୍ଷ୍ୟରେ ଲୋକ ସରକାର ଡାକ୍ତରଖାନା ପରିବର୍ତ୍ତେ ବେସରକାରୀ ଡାକ୍ତଖାନାଗୁଡ଼ିକରେ ଭିଡ଼ ଜମାଇଲେ । ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆଶୁଚିକିତ୍ସାର ତୁରନ୍ତ  ସ୍ୱାସ୍ଥ୍ୟସେବା ଆଶାରେ ସଭିଏଁ ଧାଇଁଲେ ବେସରକାରୀ ଡାକ୍ତରଖାନା । ମଳ,ମୂତ୍ର ରକ୍ତର ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରାଇବା ଅଧିକାଂଶ ରୋଗର ପ୍ରାଥମିକ ସୋପାନ । ୟା ବିନା ରୋଗର ନିରାକରଣ ସମ୍ଭବ ନୁହେଁ । ତାସହ ଯାବତୀୟ ପରୀକ୍ଷା କରାଇବା ଡାକ୍ତରଙ୍କ ମୁଖ୍ୟ ପରାମର୍ଶ । ସେସବୁ ସମ୍ପୂର୍ଣ୍ଣ ହେଲେ ରିପୋର୍ଟ ଦେଖି ଡକ୍ଟର ଲେଖିବେ ଔଷଧ । ସ୍ୱାସ୍ଥ୍ୟ ସମସ୍ୟା ଓ ତାର ସମାଧାନ ଆଜିର ମୁଖ୍ୟ ବିଷୟ । ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ରହିଲେ ଜ୍ଞାନ-ଧନ-ମାନ ସବୁ ପାଇବା ଲକ୍ଷ୍ୟରେ ଡାକ୍ତର, ଡାକ୍ତରଖାନା ଓ ଔଷଧର ଚାହିଦା ଆକାଶ ଛୁଆଁ । ସାଧାରଣ ଜନତାଙ୍କ ମୃତ୍ୟୁ ତଥା ରୋଗର ଭୟ ଦେଖେଇ ଅର୍ଥ ଶୋଷଣ କରିବାର ସବୁ କୌଶଳରେ କିଛି ଡାକ୍ତର ସିଦ୍ଧହସ୍ତ । ଗୁରୁତର ରୋଗୀଙ୍କୁ ଆଡମିଟ୍‌ କରି ମୃତବ୍ୟକ୍ତିକୁ ଆଇସିୟୁରେ ମାସ ମାସ ରଖି ଆରୋଗ୍ୟର ମିଛ ନାଟକ କରି ମୋଟାଅଙ୍କର ଅର୍ଥ ଶୋଷିବାରେ ଏମାନେ ମାହିର୍‌ । ଏମାନଙ୍କ ଦୌରାତ୍ମ୍ୟ ନକହିବା ଭଲ । ଏମାନଙ୍କ ପାଇଁ ଜୀବନ ଅପେକ୍ଷା ଟଙ୍କା ଅଧିକ ମୂଲ୍ୟବାନ । ଅର୍ଥ ନିକଟରେ ନୈତିକତାର ସ୍ଥାନ ନାହିଁ । ଏହା କିଛି ଡାକ୍ତରଙ୍କ ସକାଶେ ନିତିଦିନିଆ ଘଟଣା । ରୋଗୀଙ୍କୁ ଶୋଷଣ କରୁକରୁ ଡାକ୍ତରମାନେ ଦେଶରେ ଆତଙ୍କ ସୃଷ୍ଟିକରିବା ଏକ ବିରଳ ଦୃଷ୍ଟାନ୍ତ, ଯାହା ଆରୋଗ୍ୟ ଉହାଡରେ ଆତଙ୍କବାଦ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁ ଡ଼ାକ୍ତରମାନେ ଦେଶର ପ୍ରାକୃତିକ ତଥା ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଚିକିତ୍ସା ମାଧ୍ୟମରେ ନୁଆ ଜୀବନ ଦିଅନ୍ତି ସେମାନେ କିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଜନତାଙ୍କ ଅସ୍ତିତ୍ୱକୁ ଲୋପକରନ୍ତି !


     ଭାରତର ସଂପ୍ରଭୂତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷାକରିବା ହେଉଛି ସୁରକ୍ଷାକର୍ମୀଙ୍କ ଠାରୁ ସାଧାରଣ ଜନତାପର୍ଯ୍ୟନ୍ତ ।   ସବୁରି ଊର୍ଦ୍ଧ୍ୱରେ  ଦେଶର ଏକତା ଓ ସୁରକ୍ଷା । ପ୍ରତ୍ୟେକ ପ୍ରଗତିଶୀଳ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ହିଁ ଅର୍ଥନୈତିକ ମାନଦଣ୍ଡ । କିନ୍ତୁ କିଛି ଭାରତୀୟଙ୍କ ମଧ୍ୟରେ ଜାତୀୟତାବାଦ ଅପେକ୍ଷା ସାମ୍ପ୍ରଦାୟିକ ମନୋଭାବ ବହୁମାତ୍ରାରେ । ମାଟିର ମୋହ କମ୍‌ କିନ୍ତୁ ଭାରତକୁ କବଜା କରିବାପାଇଁ କେଉଁ ପ୍ରାଚୀନକାଳରୁ ପ୍ରୟାସ ଓ ଷ୍‌ଢ଼ଯନ୍ତ୍ର ଚାଲିଛି । ତାର ସମସ୍ତ ଐତିହାସିକ ତଥ୍ୟ ଆମ ସମ୍ମୁଖରେ । ସମସ୍ତଙ୍କର ସେଇ ଗୋଟେ ଲକ୍ଷ୍ୟ ନିଜର ସାମ୍ପ୍ରଦାୟିକ ଆଧିପତ୍ୟ ବିସ୍ତାର । ଭାରତୀୟ ସଭ୍ୟତା ସଂସ୍କୃତିକୁ ନଷ୍ଟଭ୍ରଷ୍ଟ କରି ଭାରତୀୟଙ୍କ ମଧ୍ୟରେ ଅରାଜକତା, ଦ୍ୱନ୍ଦ୍ୱ,ହିଂସା, ଘୃଣାର ମଞ୍ଜିବୁଣି ଏକତାକୁ ନଷ୍ଟକରାଇବା, ଭାରତୀୟଙ୍କୁ ଉଦ୍ଦେଶ୍ୟମୂଳକଭାବେ ଦମନ କରିବା ତଥା ଭାରତର ଅର୍ଥନୀତିକୁ ଧ୍ୱଂସବିଧ୍ୱଂସ କରି ଆତଙ୍କ ସୃଷ୍ଟି କରିବା ସେମାନଙ୍କର ମୂଳଲକ୍ଷ୍ୟ । ସବୁ ଅରାଜକତା, ଆକ୍ରମଣ, ଧମର୍ଘଟ, ଅସହିଷ୍ନୁତା ପଛରେ ଭାରତରେ ଲୁଚି ରହିଥିବା  ସାମ୍ପ୍ରଦାୟିକ ଶତ୍ରୁମାନେ ବୃହତ୍‌ ଭୂମିକା ଗ୍ରହଣ କରିଆସିଛନ୍ତି । ମିଛ ଭାଇଚାରା ଓ ସରଳତାର ସୁଯୋଗ ନେଇ ସେମାନଙ୍କର ଲକ୍ଷ୍ୟ ସାଧନାରେ ସେମାନେ ବ୍ୟସ୍ତ । ଧର୍ମନିରପେକ୍ଷତା ଓ ମାନବୀୟ ଅଧିକାରକୁ ଅସ୍ତ୍ରକରି ଭାରତରେ ଜାତି,ବର୍ଣ୍ଣ ଓ ଧର୍ମ ମଧ୍ୟରେ ଯେଉଁ ଘଟଣାମାନ ସବୁ ଘଟେଇ ଚାଲିଛନ୍ତି ତାହା ଜଳଜଳ ହୋଇ ଦିଶୁଛି । ଭାରତରେ ଉଚ୍ଚ଼ଶିକ୍ଷିତ ବିଭିନ୍ନ ବୃତ୍ତିଧାରୀ ଯୁବକଯୁବତୀ ମହିଳା ଏବଂ ବୟୋଜ୍ୟେଷ୍ଠ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତରହିବା ଏକ ବିଛିନ୍ନତାବାଦର ମାନସିକତା । ଶତ୍ରୁରାଷ୍ଟ୍ରର ଜୟଜ୍ଞାନ ସହ ଧାର୍ମିକ ହୀନମନ୍ୟତାର ପ୍ରିୟାପ୍ରୀତି ତୋଷଣପୂର୍ବକ ଆତଙ୍କୀ ସୃଷ୍ଟି କରିଚାଲିଛନ୍ତି । ଆଜିର ବିଶ୍ୱରେ ଧାର୍ମିକ-ଆତଙ୍କୀ ବଡ ସମସ୍ୟାରୂପେ ମୁଣ୍ଡଟେକି ବିଶ୍ୱକୁ ଡରାଇ ଚାଲିଛି । ସେଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଶିକ୍ଷିତବର୍ଗ । ଡାକ୍ତରବୃତ୍ତିରେ କାର୍ଯ୍ୟରତ ସ୍ୱାସ୍ଥ୍ୟସେବା କର୍ମଚାରୀ । କୁହାଯାଏ ଆତଙ୍କୀର କୌଣସି ଜାତିଧର୍ମ ନାହିଁ କିନ୍ତୁ ଭାରତ ବର୍ଷରେ ହେଉଥିବା ପ୍ରତ୍ୟେକ ଆତଙ୍କୀ  କାର୍ଯ୍ୟକଲାପ ଏକ ଧାର୍ମିକ ଗୋଷ୍ଠୀର ସୁଚିନ୍ତିତ ପରିକଳ୍ପନାର ପରିଭାଷା । 


    ଭାରତର ଶାନ୍ତିଶୃଙ୍ଖଳା ଭଙ୍ଗସହ ଆତଙ୍କ କାର୍ଯ୍ୟକଳାପକୁ ରୂପଦେବାର ଲାଗିଛନ୍ତି ସେହି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଯୁବକଯୁବତୀମାନେ । ଆଶ୍ଚର୍ଯ୍ୟର ବିଷୟ ! ଏତେ ଗୁଇନ୍ଦା ବିଭାଗ ସତ୍ତେ୍ୱ ଭାରତରେ  କାହିଁକି ବାରମ୍ବାର ଆତଙ୍କୀ କାର୍ଯ୍ୟକଳାପ ଘଟିଚାଲିଛି ? କାହିଁକି ଏତେ ପ୍ରତିହିଂସା ? ଭାରତର ଏକତା ହେଇଛି ଆମର ସୁରକ୍ଷା କବଚ । ଏହାର କାଣିଚାଏ  ଅବହେଳାର ପରିଣାମ ଆମକୁ ଭୋଗିବାକୁ ପଡୁଛି । ରାଷ୍ଟ୍ରପାଇଁ ପ୍ରତି ମୁହୂର୍ତ୍ତ ଏକ  ଘଡିସନ୍ଧି ମୂହୁର୍ତ୍ତ । ଏ ଦେଶକୁ, ମହାନ ସଭ୍ୟତାକୁ, ସଂସ୍କୃତି ତଥା ଗାରିମାକୁ ବଞ୍ଚାଇରଖିବା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ । କାରଣ ଦେଶର ସୁରକ୍ଷାରେ ଆମ ସଭିଙ୍କର ଅସ୍ତିତ୍ୱ ଲୁଚି ରହିଛି । ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଲଢେଇର ଅନ୍ତହେବାରେ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରିତ ହୋଇପାରୁନି । ଯେଉଁଠି ସାମ୍ପ୍ରଦୟିକ ହିଂସାକାଣ୍ଡକୁ ଭିଆଇବାକୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ସଦାସର୍ବଦା ଚେଷ୍ଟିତ ଏବଂ ଯୋଜନାବଦ୍ଧ ସେଠି କିଏ କଣ କରିପାରିବ ?


ଦର୍ଶନ ବିଭାଗୀୟ ମୁଖ୍ୟ , ବି. ଏନ.ଏମ.ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩