ଦୁଇ ଦୋକାନରୁ ଚୋରି, ଥାନାରେ ମାମଲା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ହିଞ୍ଜିଳିକାଟୁ ଥାନା ଆରଏମସି ଛକ ନିକଟ ଏନଏଚ ୫୯ କଡ଼ରେ  ବିଦେଶୀ ମଦ ଦୋକାନ ନିକଟ ପୁରୁଣା ଢ଼ାବା ନିକଟ ଦୋକାନ ଓ ଚାଇନା ଦୋକାନରୁ ଗତ ବୁଧବାର ରାତିରେ ଗ୍ରୀଲ୍ ଚାବି ଭାଙ୍ଗି ଚୋର  ଦୋକାନରେ ଥିବା ଟଙ୍କା ବାକ୍ସରୁ ୮ ହଜାର ୩୦୦ଟଙ୍କା ସହ କିଛି ଖୁଚୁରା ସାମଗ୍ରୀ,ଏନେର୍ଜି କୋଳ୍ଡ ଡ଼୍ରିଙ୍କ ସହ ବିଭିନ୍ନ ବ୍ରାଣ୍ଡର ସିଗାରେଟର ଆନୁମାନିକ ମୂଲ୍ୟ  ୩୦,୦୦୦ଟଙ୍କା ଚୋର ନେଇଥିବା ନେଇ ସିସିଟିଭ କ୍ୟାମେରା କଏଦ ହୋଇଛି । ଏ ନେଇ ହିଞ୍ଜିଳି ଥାନାରେ ଦୋକାନ ମାଲିକ ସନ୍ତୋଷ ସନ୍ତୋଷ କୁମାର ସାହୁ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏବେ ଏହି ସବୁ ଚୋରି ଘଟଣାର ତଦନ୍ତ କରୁଛି ।