ଦୁର୍ଘଟଣାରେ ବାପା ମୃତ; ପୁଅ ଗୁରୁତର

 ଦାନଗଦୀ: ଗୁରୁବାର ଅପରାହ୍ନରେ ଦୁର୍ଘଟଣା ଘଟି ପୁଅ ଆଗରେ ବାପାର ମୃତୁ୍ୟ ଘଟିଛି । ଦୁର୍ଘଟଣା ଦାନଗଦୀ ବ୍ଲକ ଓଲ୍ଲଳ ରାସ୍ତାରେ ଘଟିଛି । ସୂଚନା ମୁତାବକ ଓଲ୍ଲଳ ପଂଚାୟତ ଡଙ୍କାଗାଡ଼ିଆ ଗାଁର ବାପା ସିଙ୍ଗରାଇ କିସ୍କୋ (୪୦) ତାଙ୍କ ପୁଅ ଜିତେନ୍ଦ୍ର (୧୦) ବାଇକ ଯୋଗେ ଡ଼ୁବୁରୀ ହାଟରୁ ଘର ପାଇଁ ପନିପରିବା ଓ କିଛି ଘର ସାମଗ୍ରୀ କିଣି ଓଲ୍ଲଳ ବାରଖାଇ ପୂର୍ତ୍ତ ବିଭାଗ ରାସ୍ତାରେ ଯାଉଥିବା ସମୟରେ ଓଲ୍ଲଳ ଗାଁ ପାଖରେ ଥିବା ଗଣ୍ଡା ନାଳର ଅନତୀ ଦୂରରେ କୌଣସି କାରଣ ବଶତଃ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବାପା ସିଙ୍ଗରାଇ କିସ୍କୋଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଲା ପରେ ଦାନଗଦୀ ପୁଲିସ ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରେ ପହଁଚି ଗୁରୁତର ଜିତେନ୍ଦ୍ରକୁ ଉଦ୍ଧାର କରି ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।