ଦୁର୍ଘଟଣାରେ ସୁରକ୍ଷାକର୍ମୀଙ୍କ ମୃତୁ୍ୟ
ପାଣିକୋଇଲି : ଶୁକ୍ରବାର ରାତି ୨ଟାରେ ଦୁର୍ଘଣାରେ ଆହତ ହୋଇ ମୁଖ୍ୟ ଚିକସôାଳୟରେ ଚିକିସôିତ ହେଉଥିବା ରାଇସମିଲ ସୁରକ୍ଷାକର୍ମୀଙ୍କ ମୃତୁ୍ୟ ଘଟିଛି । ମୃତକ ଯାଜପୁର ଥାନା ତରତୋଟା ଗ୍ରାମର ଭଜହରି ଦାଶଙ୍କ ପୁଅ ପ୍ରଶାନ୍ତ(୪୫) ହୋଇଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁର ନିକଟରେ ଡ଼ିୟୁଟି ସାରି ଘରକୁ ଓଡି୨୨ବି-୧୩୯୫ ନଂ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଓଡି୦୫ସିଏ -୪୬୬୪ ନଂ ବିଶିଷ୍ଟ ପଲସର ଧକ୍କା ଦେଇଥିଲା । ସ୍ତାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠଠାଇଥିଲେ । ଆଜି ଚିକସôିତ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କ ବଡଭାଇ ଥାନାରେ ଲିଖିିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୨୭୩/୨୫ ରୁଜ୍ଜୁ କରି ପରିବାରକୁ ଶବ ହସ୍ତାନ୍ତର କରିଛି । ପ୍ରଶାନ୍ତ ବରୁଣାଇପଦା ଠାରେ ଥିବା ବାବା ଚନ୍ଦ୍ରଶେଖର ରାଇସ ମିଲର ସିକୁ୍ୟରିଟ ଭାବେ କାର୍ଯ୍ୟ କରୁଥିଲେ ।