ଦୁର୍ଘଟଣା ଘଟାଇ ହୁହୁ ହୋଇ ଜଳିଗଲା ଟ୍ରକ୍

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥ ଖୁଣ୍ଟା ନିକଟ ଜାତୀୟ ରାଜପଥ ୧୮ ଉପରେ ହୁହୁ ହୋଇ ଜଳିଗଲା ଟ୍ରକ୍ । ବାଇକକୁ ଧକ୍କା ଦେଇ ବିଚ୍ ରାଜ ରାସ୍ତାରେ ଜଳିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ । ୧୮ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଥାନା ଅଧୀନସ୍ଥ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ଘଟିଛି ଦୁର୍ଘଟଣା । ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବାଇକଟି ରାସ୍ତା ପାରି ହେଉଥିବା ବେଳେ ବମ୍ବେ଼୍ଛକରୁ ବାରିପଦା ଅଭିମୁଖେ ଆସୁଥିବା ଟ୍ରକ୍ଟି ସମ୍ମୁଖରୁ ପିଟିଥିଲା । ଫଳରେ ବାଇକ୍ଟି ଫାଟି ଯିବା ସହ ଜୋରରେ ଶବ୍ଦ ହୋଇଥିଲା ସେପଟେ ତୁରନ୍ତ ଟ୍ରକଟି ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବାଙ୍ଗିରିପୋଷି ପୁଲିସ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି । ତେବେ ଟ୍ରକରେ ମକା ମଞ୍ଜି ଥିବା ଜଣାପଡିଛି । ରାତି ୭ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।