ଦୁଲୁକୁଛି ସାରସକ୍ଷେତ୍ର
ସାରସକଣା : ମୟୁରଭଞ୍ଜ ଜିଲ୍ଲା ସାରସକଣା ସ୍ଥିତ ସାରସକ୍ଷେତ୍ର ଜଗନ୍ନାଥ ମହାପ୍ରଭୁଙ୍କ ମାଉସୀମା ମନ୍ଦିର ପରିଶର ଦୁଲୁକୁଛି । ହେରପଞ୍ଚମୀରେ ମା ଲକ୍ଷ୍ମୀଙ୍କ ଆଗମନ ହେଲା ଶତାଧିକ ମହିଳାଙ୍କ ଗହଣରେ । ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ପରିପ୍ରେକ୍ଷୀରେ ସାରସକ୍ଷେତ୍ର ସାରସକଣାଠାରେ । ଏକ ମହନୀୟ ପରମ୍ପରାର ବାର୍ତ୍ତା ବହନ କରି ଜଗତଜନନୀ ମା ଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କୁ ଖୋଜିବା ପାଇଁ ନିଜ ଦାସୀମାନଙ୍କ ଗହଣରେ ଶ୍ରୀ ମନ୍ଦିର ବେଢ଼ାରୁ ହରିନାମ ସଙ୍କୀର୍ତ୍ତନ, ଶଙ୍ଖ ହୁଳହୁଳି ମଧ୍ୟରେ ସାରସକଣା ବଜାର ରାସ୍ତାଦେଇ ମାଉସୀ ମାଆ ମନ୍ଦିର ନିକଟକୁ ଆଗମନ କରିଥଲେ । କିନ୍ତୁ ମହାପ୍ରଭୁଙ୍କୁ ଭେଟ ନପାଇ ରୋଷ ଜର୍ଜରିତ ହୋଇ ରଥ ବଡ଼ଦାଣ୍ଡ ଦେଇ ଫେରିବା ସମୟରେ ମହାପ୍ରଭୂଙ୍କ ରଥ ଭାଙ୍ଗି ଦେଇଥିଲେ । ଏହି ଆଧ୍ୟାତ୍ମିକ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା । ପରେ ପରେ ମାଉସୀ ମାଆ ମନ୍ଦିର ସାଂସ୍କୃତିକ ମଣ୍ଡପରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର କଳାକାରମାନଙ୍କୁ ନେଇ ଓଡିଶୀ, ଭଜନ ଆଧାରିତ ନୃତ୍ୟ, ଝୁମର, ପଲ୍ଲୀ, ସମ୍ବଲପୁରୀ ଆଦି ବିଭିନ୍ନ ନୃତ୍ୟ, ଦର୍ଶକଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ପୂର୍ବ ଦିନ ମାନଙ୍କରେ ହରିହର କଳାମନ୍ଦିର ବାରିପଦା ଓ ମା ସୁଭଦ୍ରା ବାଳିକା ଉଚ୍ଚÿ ବିଦ୍ୟାଳୟର କଳାକାର ବୃନ୍ଦ ନୃତ୍ୟ ଗୀତ ମାଧ୍ୟମରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲେ । ପ୍ରତିଦିନ ସନ୍ଧ୍ୟା ରେ ଅନୁଷ୍ଠିତ ହେଉଥିବା ବେଶ ଦେଖିବା ପାଇଁ କ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମ ହେଉଥିଲା ବେଳେ, ଦର୍ଶକମାନେ ମଧ୍ୟ ମୀନାବଜାର ବୁଲି ମଜା ନେଉଛନ୍ତି । ଆଗାମୀ ଦିନରେ ଛଉ, ଦାସ କାଠିଆ ପାଲା, ଭଜନ ସନ୍ଧ୍ୟା ପରି ମହାପ୍ରଭୂଙ୍କ ପ୍ରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଜଗନ୍ନାଥ ସାହୁ ପ୍ରକାଶ କରିଛନ୍ତି ।