ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

  ଢେଙ୍କାନାଳ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଉଦେ୍ଦଶ୍ୟରେ ଜିଲ୍ଲାସ୍ତରୀୟ ଏକ ନାଗରିକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ଅଂଚଳରୁ ତଥା ଢେଙ୍କାନାଳ ନଗରର ବିଭିନ୍ନ ଅନୁଷ୍ଠାନରୁ ୮୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତିବିଶେଷ ସ୍ୱର୍ଗତ ପ୍ରଧାନଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ପ୍ରଧାନ ଜଣେ ସରଳ, ସ୍ନେହି, ଅମାୟିକ, ନିଷ୍କପଟ, ନିଅହଂକାରୀ ଓ ଜଣେ ଦୃଢ ସଂଗଠକ ଥିଲେ ବୋଲି କହିବା ସହ ତାଙ୍କର ନିଧନ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ଓ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ମୁରବୀଶୂନ୍ୟ ହୋଇଗଲା ବୋଲି ତାଙ୍କର ସ୍ମୃତିଚାରଣ କରି ବକ୍ତାମାନେ ମତପ୍ରକାଶ କରିଥିଲେ । ପ୍ରଥମେ ମଣ୍ଡଳ ସଭାପତି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଆର୍ଏସ୍ଏସ୍ର ଶରତ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ କୃଷ୍ଣକୁମାର ମିଶ୍ର, ନଗରପାଳିକା ଜୟନ୍ତୀ ପାତ୍ର, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପ୍ରେମାନନ୍ଦ ଜେନା, ବିଶ୍ୱହିନ୍ଦୁ ପରିଷଦର ପ୍ରେମାନନ୍ଦ ଦାସ, ଜିଲ୍ଲା ଲେଖକ ସଂସଦର ବସନ୍ତ ପଟ୍ଟନାୟକ, ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପ୍ରମୋଦ ନନ୍ଦ, ସୁନିଲ୍ ସାହୁ, ନବକିଶୋର ଗୁରୁ, ଯଶସ୍ୱିନୀ ରାଉତ, ପୂର୍ବତନ ସୈନିକ ସଂଘର ଭ୍ରମରବର ଦଳେଇ, ନାଗରିକ ପରିଷଦର ଯୋଗୀନାଥ ମହାନ୍ତି, ସମାଜସେବୀ ହର୍ଷବର୍ଦ୍ଧନ ସିଂହଦେଓ, ସୁରେଶ ପାଣିଗ୍ରାହୀ, କୋଦଣ୍ଡଧର ସାହୁ, ବିଷ୍ଣୁପ୍ରସାଦ ଲେଙ୍କା, ମମତା ସ୍ୱାଇଁ, ଦେବରାଜ ସାହୁ, ଆଇନ୍ଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ସାମ୍ବାଦିକ ଶିଶିର ଶତପଥୀ, ରତିକାନ୍ତ ସାହୁ, ଲଳିତ ସାହୁ, ବସନ୍ତ ସାହୁ, ଆର୍ଏସ୍ଏସ୍ର ପ୍ରଶାନ୍ତ ମିଶ୍ର, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ମାତୃପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।