ଦେବ ଦମ୍ପତି ବିବାହ ସମ୍ପନ୍ନ

ବନ୍ତ  :  ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମରେ ମଙ୍ଗଳେଶ୍ୱର ପୀଠରେ ଦେବ ଦମ୍ପତି ବିବାହ ସମ୍ପନ୍ନ ହୋଇଯାଇଛି । ଏହି ବିବାହ ଉତ୍ସବରେ ପୁରୋହିତ ତଥା ମନ୍ଦିର ପୂଜକ ଅନନ୍ତ ଦାଶ ଓ ହରିହର ପାଣିଗ୍ରାହୀ, ଲମ୍ବୋଦର ପତି, ଭଗବାନ ପତି କାର୍ଯ୍ୟ ତୁଲାଇଥିଲେ । ବରପିତା ଲଷ୍ମୀଧର ଜେନା, ମାତା ଶାନ୍ତିଲତା ଜେନା, କନ୍ୟା ପିତା ରଘୁନାଥ ଦାସ, ମାତାଲଷ୍ମୀପ୍ରିୟା ଦାସ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ପ୍ରାରମ୍ଭରେ ବର ପକ୍ଷରୁ ବାଜା ବାଣ ରୋଷଣୀରେ ଗ୍ରାମ ବଜାର ପରିକ୍ରମା ପୂର୍ବକ ମନ୍ଦିରକୁ ଆସିଥିଲେ । ମଙ୍ଗଳପାକ, ବରାନୁଗମାନ ଓ ପାଣିଗ୍ରାହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାରନୁଗମନ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ସାମିଲ ଥିଲେ । ଉକ୍ତ ଦେବ ଦମ୍ପତି ବିବାହ ସମ୍ପନ୍ନ କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ ।